Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

ଶବ୍ଦ

ଶବ୍ଦ

1 min
146



ଶବ୍ଦର ସଂପର୍କ ଖୋଜୁଛି ମୁଁ ଉଚ୍ଛୁକ ତାନ୍ତ୍ରିକ

ଏ ଦୁନିଆଁର ସମସ୍ତ ସୁନ୍ଦରୀଙ୍କ ରୂପ ବର୍ଣ୍ଣନାରେ

ଶବ୍ଦ ବି ଜଟା କାଟିଦିଏ ଅପାରଗତାରେ

ମିସ୍ ୟୁନିଭର୍ସ, ମିସ୍ ୱାର୍ଲଡ୍ ଓ ମିସ୍ ଇଣ୍ଡିଆ

ଏମାନେ କ’ଣ ବେଶି ସୁନ୍ଦରୀ

ଗୋଧୂଳି ଲଗ୍ନରେ ଗାଁକୁ ଫେରୁଥିବା ଝିଅଠାରୁ

ଅବା ବନ୍ୟହରିଣୀ ଠାରୁ ଚପଳା, ଚଳଚଞ୍ଚଳା ମୋ ପ୍ରିୟାଠାରୁ

ଶବ୍ଦର ମାୟାଜାଲରେ ସମସ୍ତ ବନ୍ଧା

ଉଷାରୁ ସଂଧ୍ୟା ଯାଏ- ଦିନ ପରେ ଦିନ

ମୋର ତନ୍ତ୍ର ସାଧାନରେ ଶବ୍ଦ ସବୁ ମଣିଷ ହୋଇଯିବେ

କିଏ କା ଖୋଳରେ ପଶିବ କେ ଜାଣି

ଏଇ ଯେମିତି ଦିନ କାଶୀକୁ ଘୋଡି ହେବ ମୃଗନୟନୀ

ପେଚା ମୁହିଁ ହେବ ଚନ୍ଦ୍ରବଦନୀ

ତେଣୁ ନାଁରେ କିଛି ନାହିଁ

ଏ ସବୁ ଘଣ୍ଟା ଚକଟା ନିରର୍ଥକ

ମୋର ସାଧନାରେ ମୁଁ ଖେଳେ ଶବ୍ଦର ଆକ୍ରମଣ

ଶବ୍ଦକୁ ଶବ୍ଦରେ ପରାହର କରି ମୁଁ ନୂଆ ଲେଖକ

କେତେ ପୁରସ୍କାର-ମାନପତ୍ର- ଏ ସବୁ କ’ଣ ହେବ ?

ମୋହନ ଓ ତା’ ପରିବାର ଭୋକ ମାରି ପାରିନି କି ଏ ମାନପତ୍ର ?


Rate this content
Log in

Similar oriya poem from Classics