STORYMIRROR

Panchanan Jena

Tragedy

4  

Panchanan Jena

Tragedy

ସ୍ବେଦସ୍ନାନ

ସ୍ବେଦସ୍ନାନ

1 min
396


କବିତା - ସ୍ବେଦସ୍ନାନ

ରଚନା - ପଞ୍ଚାନନ ଜେନା

ତାରିଖ -୨୩-୨-୨୦୨୫


ଜୀବନର ଦୌଡ଼କୁଦରେ 

କ୍ଲାନ୍ତି ବହୁତ

ସ୍ବପ୍ନ ରହିଥାଏ ଅଧାଗଢ଼ା

ଆଶା ମରିଚିକା ହିଁ ଚରଣାମୃତ


ଆପଣାର ମାନଙ୍କ ପ୍ରଶ୍ନବାଣ

କଣ୍ଟକ ବହୁତ

ସନ୍ତୁଷ୍ଟ କରୁ କରୁ ଅଣାୟତ୍ତ

ସମସ୍ତେ ନିଜର ନୁହଁ ଭ୍ରମାକ୍ତ


ସମସ୍ୟାର କୁଢ଼ କୁଢ଼ ପାହାଡ଼

ଦାୟିତ୍ଵ ବହୁତ

ସତ୍ୟ ନିଷ୍ଠା ମୁଣ୍ଡ ନଇଁଦେଲେ

ତ୍ୟାଗ ବଳିଦାନ ନୁହଁ ପର୍ଯ୍ୟାପ୍ତ


ବଳକା ଆୟୁଷ ବୋଧେ ନିଅଣ୍ଟ

ପରୀକ୍ଷା ବହୁତ

ପ୍ରଶ୍ନ ନ ସରୁଣୁ ତର୍କ ଉଜାଗର

ଉତ୍ତର ନ ସରୁଣୁ ଯୁକ୍ତି ସମାପ୍ତ


ନାକ ଅଗରେ ରାଗ ଅଙ୍କିତ

କର୍ତ୍ତବ୍ୟ ବହୁତ

ଏକ ଇଚ୍ଛା ନ ସରୁଣୁ ଆନ ତୟାର

ଅସରନ୍ତି ଧାରାରେ ଗୁନ୍ଥା କର୍ଦ୍ଦମାକ୍ତ


ଚାଲିବାକୁ ହେବ ଲକ୍ଷ୍ୟ ନିରୁଦ୍ଧିଷ୍ଟ

ସ୍ଵେଦସ୍ନାନ ବହୁତ

ପଣ ରଖିବା ଦିଗନ୍ତ ବିସ୍ତାରୀ ଅସୁମାରୀ

ସୋପାନ ବାଟବଣା ଇଚ୍ଛାଶକ୍ତି ପରାସ୍ତ ।


Rate this content
Log in

Similar oriya poem from Tragedy