ସାବିତିରି ବର୍ତ
ସାବିତିରି ବର୍ତ
ସତୀର୍ ବଲ୍ଥିଁ ସାବିତିରି ଦିନେଁ
ଫିରାଲା ଘଏଁତାର୍ ଜାନ୍
ସଁସାରେଁ ସେକଥା ଜାନ୍ବେ ବଲି
ପୁରାନେଁ ପାଏଲା ଠାନ୍।।
ଜେଠର୍ ଉଆଁସେଁ ଇ କଥା ଟାକ
ଆଘୋ ଯେଇଥିଲା ଘଟି
ଏନ୍ତା ଦିନ୍କେ ମାନୁଛନ୍ ଦେଖ
ପକେଇ ମନ୍ଥିଁ ଗଁଠି।।
ସକାଲ୍ ଧର୍ମୁଁ ଗାଧିପାଧି କରି
ଭକ୍ତିର୍ ଭାବେଁ ମନେଁ
ଉପାସ୍ କରି ବର୍ତ କଥାକେ
ଶୁନୁଛନ୍ ଆଜିର୍ ଦିନେଁ।।
ଲଖିଁ ନାରାୟନ୍ ସାବିତିରି ଆର୍
ସତ୍ଯବାନ୍ ଯମ୍ ମୁର୍ତି (ଫଟୁ)
ରଖିକରି ଆଏଜ୍ ପୂଜା କର୍ସନ୍
ଦେଖେଇ ତାହାକୁଁ ଆଲ୍ତି।।
ଏକୁଶ୍ ପର୍କାର୍ ଫଲ୍ ଆନିକରି
ଏକୁଶ୍ ଦନାଥିଁ ଥୁଇ
ପର୍ସାଦ୍ କରି ସମ୍କୁଁ ବାଆଁଟି
ଶେଷେଁନିଜେଁ ଥିସନ୍ ଖେଇ।।
ଘଏଁତାର୍ ଲାଗି ମାଏପୋ ମାନେଁ
ସାବିତିରି ବର୍ତ କରି
ସୁହାଗ୍ ସିନୁର୍ ଜୀବନ୍ ଭଏର୍
କପାଲେଁ ଥିସନ୍ ଧରି।।
ଘଏଁତାର୍ ଆଏସ ବଢିଯେଇ ମିଲୁ
ହସିଖୁସି ସବୁଦିନେଁ
ହେ ମାହାପୁରୁ ଏତ୍କି ଗୁହାରି
କରୁଛେଁ ତୋର୍ ଠାନେଁ।।
