Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Manaswinee Mishra

Inspirational

4.0  

Manaswinee Mishra

Inspirational

🇮🇳 ସ୍ୱାଧୀନତା ଦିବସ ଓ ସ୍ୱାଧୀନତା 🇮🇳

🇮🇳 ସ୍ୱାଧୀନତା ଦିବସ ଓ ସ୍ୱାଧୀନତା 🇮🇳

1 min
66


 ସିଂହ ଶିଶୁ ସାଥେ କ୍ରୀଡା କରେ ଯେଉଁ ଦେଶେ

      ନିର୍ଭୟ ଶିଶୁ ସେ ଭରତ

 ଶାନ୍ତି , ତୃପ୍ତି , ମୈତ୍ରୀ , ଏକତାକୁ ନେଇ

   ତା'ର ନାମ ଅଟଇ ଭାରତ ।।

 ବଣିଜ ସକାଶେ ଭାରତର ଦେଶେ 

  ବ୍ରିଟିଶ କରିଲେ ପ୍ରବେଶ

 ତାର ଧନରତ୍ନ କଳା କୀର୍ତ୍ତି ଦେଖି

  ଏଠି ରହିଲେ ବରଷ ମାସ ।।

ରାଜା ପ୍ରଜା ମଧ୍ୟେ ଫାଟକ ଦେଖିଲେ

  କୂଟ ବୁଦ୍ଧି କ୍ରମେ ରାଜ୍ୟେ ପ୍ରବେଶିଲେ 

 କଳା ବାଦଲ ପରି ଦେଶେ ଛାଇ ଗଲେ 

 କେତେ ଦୁଃଖ କଷ୍ଟ କଷଣ ସେ ଦେଲେ ।।

 ତାଙ୍କ ଅତ୍ୟାଚାର ରୋକିବା ପାଇଁ 

 ସୁଭାଷ , ଗାନ୍ଧୀ, ଗୋପବନ୍ଧୁ ପ୍ରସ୍ତୁତ ହୋଇଲେ 

   ତାଙ୍କୁ ଏ ଦେଶୁଁ ତଡିବା ପାଇଁ ।।

 ଜେଲ୍ ଦଣ୍ଡ ସହି ଶୂଳିରେ ଚଢିଲେ 

  ବିଦେଶୀ ବିରୁଧେ କେତେ ଯୁଦ୍ଧ କଲେ 

 ଭାରତ ମାତା କୁ ବନ୍ଦୀରୁ ଉଧାରୀ 

 ତ୍ରିରଙ୍ଗା ପତାକା ଉଡ଼ାଇଣ ଦେଲେ ।।

ଫେରି ଆସ ଥରେ ହେ ଯୋଗ୍ୟ ପୁରୁଷ 

 ଦେଖି ଯାଅ ତୁମ ସୁନାର ଭାରତ 

 ଯେଉଁ ଦେଶ ପାଇଁ ପ୍ରାଣବଳୀ ଦେଇ 

 କରି ଯାଇ ଥିଲ ସ୍ୱାଧୀନ 

 ସେହି ଦେଶେ ଆଜି ନିମ୍ନତର ହୁଏ 

 ସମଗ୍ର ନାରୀ ଜାତିର ସମ୍ମାନ ।।

 ମଣିଷ ଆଜି ରାକ୍ଷସ ସାଜିଛି 

 ଈଶ୍ୱର ସୃଷ୍ଟିର ଦୁର୍ଲ୍ଲଭ ଧନ 

 କ୍ଷଣିକ ସୁଖ ପାଇଁ ଦସ୍ୟୁ ସାଜୁଛି 

 ତାର ଛାଡ଼ି ସବୁ ମାନ ଅପମାନ ।।

କେତେ କେତେ ଭୃଣ ହତ୍ୟା 

 କେତେ ଶିଶୁ ଏଠି ହୁଏ ନିର୍ଯାତିତା 

କେତେ ବାପ ହରାଉଛି 

  ତା କୁଳର ଦୁହିତା ।।

 ପ୍ରତ୍ୟେକ ବରଷ ଅଗଷ୍ଟ ପନ୍ଦର

 ଚାରିଆଡେ ଶୁଭେ ଜନଗଣ ସ୍ୱର 

ଜୟ ଜୟ ଗାନେ ପୁରଇ ଗଗନ 

 ସବୁଠି ଚାଲଇ ଭାରତ ମାତାର ଗାନ ।।

ସଂକଳ୍ପ କରିବା ଏହି ପବିତ୍ର ସ୍ଵାଧୀନତା ଦିବସେ 

 ପ୍ରାଣବଳୀ ଦେବା ଭାରତ ମାତା ସକାଶେ 

 ଲହୁଲୁହ ଢାଳି ଦୁଷ୍କର୍ମ ରୋକିବା 

ଦେଶେ ଖୁସି ଆନନ୍ଦ ଭରି ଦେବା ।।

  ଭାରତମାତା କି ଜୟ



Rate this content
Log in