STORYMIRROR

Hruday Ranjan Parida

Fantasy

3  

Hruday Ranjan Parida

Fantasy

ପ୍ରିୟା ପାଇଁ କିଛି

ପ୍ରିୟା ପାଇଁ କିଛି

1 min
154


ଆଜି କାହିଁ ମୋ କାନ ପାଖେ କିଏ ବଜାଏ ମିଠା ବଂଶୀ

ଆଖି ବୁଜିଦେଲେ ଚାଲି ଯାଏ କେହି ଜଣେ ରାଜହଂସୀ

ପବନରେ ଭାସି ଆସେ ଆଜି କାହିଁ ପ୍ରେମ ସଂଗୀତର ସୁ

ର୍ହଁ ମୁଁ ଏତିକି ଜାଣେ ତା ଆଗେ ଫିକା ପଡ଼ିଯିବ କୋହିନୁର୍

ନୀରବ ସେ ଓଠ ଆଜି ମୋ ପାଇଁ ଗାଉଛି ପ୍ରେମର ଗଜଲ୍

ହାଏ ଛାତିକୁ ମୋ ଚିରି ଦିଏ ତାର ଛଟା ଆଖିର କାଜଲ୍ 

ସ୍ବପ୍ନ ରାତ୍ରିର ଘନ ଅନ୍ଧାରରେ ସେ ଝାପ୍ସା ମୁହଁ ମୁଁ ଦେଖିଛି

ଯେବେଠୁ ଦେଖିଛି ଅଥୟ ଏ ମନ ତାର ଠିକଣା ଖୋଜୁଛି

ସେହି ପ୍ରତିଛବି ପ୍ରତିଦିନ ଆସି ସ୍ୱପ୍ନର ଲହଡ଼ି ଭାଙ୍ଗେ

ମନ ମୋ କାହିଁ ଆଜି ଅଦିନ ହୋଲିରେ ଭିଜେ ପ୍ରେମର ରଙ୍ଗେ

ଗ୍ରୀଷ୍ମ ଋତୁରେ ଆଜି କାହିଁ ମଳୟ ପବନ ଯାଉଛି ବହି

ଜାଣିନି ଏ କେଉଁ ନୂଆ ଦୁନିଆରେ ଆସି ଗଲିଣି ମୁଁ ରହି

ଆଖି ଆଗେ ନାଚି ଯାଏ ସେ ହସ ହସ ଭରା ତୁମରି ଓଠ

ସେଇ ଟିକେ ହସ ଦେଖିବାକୁ ହୁଏ ମନ ମୋର ଛଟପଟ

ନୀଳ ଆକାଶକୁ ଚାହିଁଦେଲେ କାହିଁ ଦିଶିଯାଏ ତୁମ ମୁହଁ

ମନ ଯମୁନାରେ ବାରମ୍ବାର ଆସେ ତୁମ ଭାବନାର ସୁଅ

ଭଲ ମୋତେ ପାଅ ବୋଲି, ଥରୁଟିଏ ଓଠ ଖୋଲି କହିଦିଅ

ଜାଣୁ ଏ ଦୁନିଆ ତୁମେ ମୋତେ ହୃଦୟରୁ କେତେ ଭଲପାଅ

ଦୁନିଆର ସବୁ ବାଜି ଯିବି ମୁଁ ଜିତି କହୁଛି ଆଜି ସତ

ହାତ ଉପରେ ମୋ ରହିଥିବ ଯେବେ ଖାଲି ତୁମରି ହାତ 

ହୃଦୟ କାଗଜରେ ମୋର ଅଙ୍କା ଖାଲି ତୁମରି ପ୍ରତିଛବି

ଜିଇଁଥିବା ଯାଏଁ ଗୋ ପ୍ରିୟା ମୁଁ ତୁମକୁ ହିଁ ଭଲ ପାଉଥିବି ।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy