ପ୍ରୀତି ପ୍ରିୟା ଅଭିମାନୀ
ପ୍ରୀତି ପ୍ରିୟା ଅଭିମାନୀ
ହୃଦୟ ଦେଶରେ ଅଭିମାନୀ ପ୍ରିୟା
ଅଭିମାନ ଖାଲି କରେ
ତା'ର ଅଭିମାନ ସହି ମୁଁ ପାରେନା
ହୃଦୟ ମୋହର ଝୁରେ ।
ଅଭିମାନୀ ବୋଲୀ ଭଲପାଏ ଖାଲି
ଦେବାପାଇଁ ଟିକେ ହସ
ତଥାପି ପାଗେଳି ବୁଝିତ ପାରେନି
ସେଇଯେ ତାହାର ଶେଷ ।
ଅଭିମାନୀ ବୋଲି ଫୁଲେଇଟେ ଖାଲି
ନିତି ଜିଦି ଧରୁଥାଏ
ଏହିସବୁ ସ୍ମୃତି ଦେଉଅଛି ପ୍ରୀତି
ରଜନୀରେ ହସୁଥାଏ ।
ଭଲପାଏ ବୋଲି କହୁନାହିଁ ଖୋଲି
ଅଭିିିମାନ କରୁଅଛି
ଆଖିଟି ତାହାର ସତ କହୁଥାଏ
ଭଲ ମୋତେେ ପାଉଅଛି ।
ତୁ ବି କହିଦେ ମୁଁ କହିଦେବି
ହେ ମୋର ନୀଳ ନୟନୀ
ପ୍ରୀତି ଭରା ଅଭିମାନକୁ ମୁଁ
ନାମ ଦେଉଅଛି
ପ୍ରୀତି ପ୍ରିୟା ଅଭିମାନୀ
ପ୍ରୀତି ପ୍ରିୟା ଅଭିମାନୀ
ପ୍ରୀତି ପ୍ରିୟା ଅଭିମାନୀ ।

