STORYMIRROR

Nachiketa Mohanty

Classics

3  

Nachiketa Mohanty

Classics

ପ୍ରେମ ଆତ୍ମାର

ପ୍ରେମ ଆତ୍ମାର

1 min
316

ମୁଁ ଏକ ଅନୁଭୁତି, ଏକ ଅବ୍ୟକ୍ତ ଅନୁଭୁତି

ମୋତେ ଶବ୍ଦର ତୁମେ ଆଶ୍ରୟ ଦିଅନା

ଆତ୍ମାର ଅାଲୁଅ, ଅଶରୀରୀ ଅନୁଭୁତି

ମୋତେ ଶବ୍ଦର ତୁମେ ଆଶ୍ରୟ ଦିଅନା


ନଶ୍ୱର ଏ ଶରୀରେ, ମୁଁ ସନ୍ଧାନ ହୀନ

ଲେଉଟା ଜିଭର ମୁଁ ଶବ୍ଦରେ ମିଲେନା

ଭୌତିକି ତୁମ ଉପଭୋଗୀ ମିଳନରେ

ନିହିତ ମୁଁ ନାହିଁ କେଉଁ ଜୀବନ ଦେହରେ

ଅଦୃଶ୍ୟ ଭାବନା, ମୁଁ ନିଶବ୍ଦ ଭାବନ

ମୋତେ ଶବ୍ଦର ତୁମେ ଆଶ୍ରୟ ଦିଅନା


ନିଖୋଜ କରି ନିଜ ନିଜତ୍ବ କୁ ଦେଖ

ମୁଦିତ ନୟନର ଦୃଷ୍ଟିରେ ଦେଖ

ପାରିଯାତି ବାସ୍ନା ଯେଉଁ ହୃଦୟରେ ବାସେ

ଅରୂପା ଜ୍ୟୋସ୍ନାର ଟୋପା ଆତ୍ମାର ଦେଶେ

ମୁଁ ତୁମ ଆତ୍ମାର ସେ ଅରୂପା ଜ୍ୟୋସ୍ନା


ଆତ୍ମାର ଅାଲୁଅ, ଏକ ଅଶରୀରୀ ଅନୁଭୂତି,

ମୋତେ ଶବ୍ଦର ତୁମେ ଆଶ୍ରୟ ଦିଅନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics