STORYMIRROR

Nachiketa Mohanty

Others

3  

Nachiketa Mohanty

Others

ପ୍ରେମ

ପ୍ରେମ

1 min
1.6K

ମୁଁ ଏକ ଅନୁଭୁତି, ଏକ ଅବ୍ୟକ୍ତ ଅନୁଭୁତି।

ମୋତେ ଶବ୍ଦର ତୁମେ ଆଶ୍ରୟ ଦିଅନା।

ଆତ୍ମାର ଅାଲୁଅ, ଅଶରୀରୀ ଅନୁଭୁତି,

ମୋତେ ଶବ୍ଦର ତୁମେ ଆଶ୍ରୟ ଦିଅନା।


ନଶ୍ୱର ଏ ଶରୀରେ, ମୁଁ ସନ୍ଧାନ ହୀନ।

ଲେଉଟା ଜିଭର ମୁଁ ଶବ୍ଦରେ ମିଲେନା।

ଭୌତିକି ତୁମ ଉପଭୋଗୀ ମିଳନରେ,

ନିହିତ ମୁଁ ନାହିଁ କେଉଁ ଜୀବନ ଦେହରେ।

ଅଦୃଶ୍ୟ ଭାବନା, ମୁଁ ନିଶବ୍ଦ ଭାବନା।

ମୋତେ ଶବ୍ଦର ତୁମେ ଆଶ୍ରୟ ଦିଅନା।


ନିଖୋଜ କରି ନିଜ ନିଜତ୍ବକୁ ଦେଖ,

ମୁଦିତ ନୟନର ଦୃଷ୍ଟିରେ ଦେଖ।

ପାରିଯାତି ବାସ୍ନା ଯେଉଁ ହୃଦୟରେ ବାସେ,

ଅରୂପା ଜ୍ୟୋସ୍ନାର ଟୋପା ଆତ୍ମାର ଦେଶେ,

ମୁଁ ତୁମ ଆତ୍ମାର ସେ ଅରୂପା ଜ୍ୟୋସ୍ନା।


ଆତ୍ମାର ଆଲୁଅ, ଏକ ଅଶରୀରୀ ଅନୁଭୂତି,

ମୋତେ ଶବ୍ଦର ତୁମେ ଆଶ୍ରୟ ଦିଅନା।


రచనకు రేటింగ్ ఇవ్వండి
లాగిన్