ପଲିଥିନ ରାକ୍ଷସ କବଳରେ ଜୀବନ
ପଲିଥିନ ରାକ୍ଷସ କବଳରେ ଜୀବନ
ଜୁଲାଇ ତିନିରେ ପାଳୁଅଛୁ ଆଜି, ପ୍ଲାଷ୍ଟିକ ମୁକ୍ତ ଦିବସ
ଯେ ପ୍ଲାଷ୍ଟିକ ବ୍ୟାଗ,ଜୀବଜଗତକୁ ସହଜେ କରଇ ଗ୍ରାସ।
ପ୍ଲାଷ୍ଟିକବ୍ୟାଗର ବ୍ୟବହାର ପାଇଁ, କରିବାରେ ସଚେତନ
ସେହି ଦିବସକୁ ସାରା ବିଶ୍ୱବାସୀ, ପାଳିଥାନ୍ତି ଆଜ ଦିନ।
ପରମେଶ୍ବରଙ୍କ ସୃଜନରେ ସାର ଆମ ଏ ମାନବ ଜାତି
ବିକାଶର ପଥେ ଚାଲିବା ବାଟରେ,ଆବର୍ଜନା କରେ ସୃଷ୍ଟି।
ଯେଉଁ ଆବର୍ଜନା ପ୍ରକୃତି ପକ୍ଷରେ,ହୋଇ ନ ପାରେ ହଜମ
ତାହାରି ବଳରେ ବଡି ବଡି ଚାଲେ ସେ ପ୍ରଦୂଷଣର ମାନ।
ଧିମା ବିଷ ସାଜି ପୃଥିବୀର ଆଜି, ଜୈବ ଵିବିଧତାରେ
କ୍ଷତି ପହଞ୍ଚାଏ ଜୀବ ଜଗତର ନିଜ ଗରଳ ପ୍ରହାରେ।
ପ୍ଲାଷ୍ଟିକର ଉତ୍ପାଦନ ବ୍ୟବହାର,ବହୁଳତା ବଳେ ଆଜି
ଆମ ନଦନଦୀ ସାଗର ସକଳ ହୋଇଲେ ଅଣନିଶ୍ଵାସୀ।
ଶସ୍ତା,ସୁନ୍ଦର,ହାଲୁକା,ମଜବୁତ, ପାଇଁ ତାହାରି ଆଦର
ସବୁ ଜାଣି ଶୁଣି ଅଜ
ଣା ମାନବ, ମୂରୁଛି ନପାରେ ତା'ର।
ପଲିଥିନ ଯୋଗୁଁ ପରିବେଶ ଆମ ପ୍ରଦୂଷିତ ହୁଏ ନିତି
ସେହି ପରା ନାନା ରୋଗର କାରଣ,ବର୍ଜନ କର ଝଟତି।
ମାଟି ପ୍ରଦୂଷଣ ରୋଗର ଉତ୍ପନ୍ନ ଦୂଷିତ ଭୂତଳ ଜଳ
ତାହାରି ମୂଳରେ ଲୁଚି ରହି ଅଛି ପ୍ଲାଷ୍ଟିକର ବ୍ୟବହାର।
ପ୍ଲାଷ୍ଟିକ ନିଷେଧ ପାଇଁ ଆମ ଦେଶେ ଅଛି ଅନେକ ଆଇନ
ସାରା ଦେଶବାସୀ ସହଳେ ତାହାକୁ କରନ୍ତୁ ପରିପାଳନ।
ପଲିଥିନ ବଳେ ହୁଏ ପ୍ରଦୂଷିତ, ମାଟି ପାଣି ଓ ପବନ
ମୃତ୍ୟୁ ମୁଖେ ପଡ଼ି ଜୀବନ ହରାନ୍ତି,ଜଳ,ସ୍ଥଳ ଜୀବଗଣ।
ପ୍ଲାଷ୍ଟିକ ମାଟିରେ ମିଶିବାକୁ ଲାଗେ,ଶହେରୁ ପାଞ୍ଚଶ ବର୍ଷ,
କେବଳ ତାହାରି ବ୍ୟବହାର ବିନା,ଅଚିରେ ହୋଇବ ଶେଷ।
ପ୍ଲାଷ୍ଟିକ ହଟାଅ ଜୀବନ ବଞ୍ଚାଅ ଅଟେ ଆଜିର ଆହ୍ଵାନ
ପ୍ରକୃତି ସୁରକ୍ଷା ପରିବେଶ ରକ୍ଷା ପ୍ରତି ନିତ୍ୟ ଦେବା ଧ୍ୟାନ।