STORYMIRROR

କବି କୁସୁମଗୌରବ ଘନଶ୍ୟାମ ଜେନା

Others

4  

କବି କୁସୁମଗୌରବ ଘନଶ୍ୟାମ ଜେନା

Others

ପବିତ୍ର ରକ୍ଷା ବନ୍ଧନ

ପବିତ୍ର ରକ୍ଷା ବନ୍ଧନ

1 min
9



ପବିତ୍ର ଶ୍ରାବଣ, ପୂର୍ଣ୍ଣିମା ତିଥି ରେ

   ବଳଦେବଙ୍କ ଜନମ,

 ପାଳୁ ରାକ୍ଷୀ,ଗହ୍ମା,ଝୁଲଣ ନାମରେ

   ସେ ପୁଣ୍ୟ ପରବ ଆମ।


  ବିଭୁ ଆରାଧନା କରି ବନ୍ଦାପନା

    ଅକ୍ଷତ, ଫୁଲ, ଚନ୍ଦନେ

  ଦେଇ,ଧୂପ, ଦୀପ, ମିଷ୍ଟାନ୍ନ ସହିତ

    ଭାଇଙ୍କୁ ହରଷ ମନେ ।


 ଭାଇ ଭଉଣୀଙ୍କ   ଅତୁଟ ବନ୍ଧନ

     ଅଟଇ ରକ୍ଷା ପାଚେରୀ,

 ଅତି ସରାଗରେ  ସ୍ନେହଶୀଳା ଭଗ୍ନୀ

   ବାନ୍ଧେ ଭାଇ ହସ୍ତେ ଡୋରି।


 ସ୍ନେହ, ପ୍ରେମ, ପ୍ରୀତି, ମମତାର ଡୋର

      ଅଟଇ ରକ୍ଷା କବଚ।

 ଭଉଣୀ ଶିରରେ   ସଦା ରହିଥାଏ

      ଭାଇର ସୁଦୃଢ଼ ହସ୍ତ।


 ସତ୍ୟ ଯୁଗେ ମାତା ଲକ୍ଷ୍ମୀ ବାନ୍ଧିଥିଲେ

   &nbs

p; ବଳିରାଜା କରେ ଡୋରି

  ସେହି ଡୋରି ବଳେ ଉଦ୍ଧରିଲେ ହେଳେ

     ପତିଦେବଙ୍କୁ ତାଙ୍କରି।


  ସଖା କୃଷ୍ଣ କ୍ଷତେ  ସଖୀ କୃଷ୍ଣା ବାନ୍ଧି 

       ଚିରି ନିଜର ଅଞ୍ଚଳ

   ସେହି ଡୋରି ବଳେ, କୁରୁ ସଭା ତଳେ

     ଲଜ୍ୟାରୁ ହେଲେ ଉଦ୍ଧାର।


  ଗୋମାତାଙ୍କ ଶିରେ, ବୃକ୍ଷ ଦେବତାରେ

     ସୁଦୃଢ଼ କର (ରକ୍ଷା)ବନ୍ଧନ,

   ତାର ରକ୍ଷା ବଳେ, ହସିବ ଧରଣୀ

      ବିଶ୍ବବାସୀ ଦିଅ ଧ୍ୟାନ।


   ନାଶଯିବ ନିଶ୍ଚେ ବାତ୍ୟା ମହାମାରୀ

       ପକୃତି ଲଭିବ ଶାନ୍ତ

   ଶ୍ରାବଣ ପୂର୍ଣ୍ଣିମା, ବାରତା ବାଣ୍ଟଇ

      ଶ୍ରଦ୍ଧାରେ ସାରା ଜଗତ।


    


Rate this content
Log in