STORYMIRROR

Sunanda Mohanty

Inspirational Others Children

3  

Sunanda Mohanty

Inspirational Others Children

ପଖାଳ

ପଖାଳ

1 min
180


ଖାଦ୍ୟ ଭିତରେ ଓଡିଶା ପଖାଳ 

ମିଠାମାଛ ଭିତରେ ଗଡ଼ିଶା ଶେଉଳ 

ସାଙ୍ଗକୁ ବଡ଼ିଚୁରା ରସୁଣ ଦି କୋଳ 

ଆହୁରି ଜମେ ଥିଲେ ପିଆଜ ଦିଫାଳ 

ଗ୍ରୀଷ୍ମ ଋତୁରେ ଦହି ଲେମ୍ବୁ ଦିଆ ପଖାଳ 

ଅଦା କଞ୍ଚାଲଙ୍କା ଖୋଜନ୍ତି ସକଳ 

ଚାଷୀ କରେ ଫସଲ କେତେ ଯେ ଅମଳ 

ତା ପାଇଁ ଅପେକ୍ଷା କରେ ସବୁ ସକାଳ 

ତିଅଣ ଥାଉ ନଥାଉ ବାସୀ ପଖାଳ 

ପୁଣି ପାଗପୂଗା ଦେଖି ବେଳକାଳ 

ଖାଏ ଖୁଆଏ ସଭିଙ୍କୁ ଜଗି ସମୟ ବେଳ 

ସଲାମ ଚାଷୀଭାଇ ମୁଣ୍ଡେ ବାହି ଝାଳ 

ରକ୍ତ ନିଗାଡ଼ି ମାଟି ମାଆ କୁ କରିଛୁ ଭାଇ 

ସୁଜଳା ସୁଫଳା ଶସ୍ୟଶ୍ୟାମଳ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational