Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

3  

Arjuni charan Behera

Inspirational

ଫେରି ଯାଉଛନ୍ତି ମାଆ

ଫେରି ଯାଉଛନ୍ତି ମାଆ

1 min
406


  କାଶତଣ୍ଡୀ ଶ୍ୱେତ ଚାମର ଆଲଟେ 

    ବହିଲା ପାର୍ବଣ ବାଆ l

ଭଦଭଦଳିଆ ରାବି ବୁଲୁଥିଲା 

   ସନ୍ଦେଶ ଦେଲେଣି ମାଆ ll


ତା ମର୍ତ୍ତ୍ୟ ଭୂମିରେ ଖେଳି ଯାଇଅଛି 

     ଚଉଦିଗେ ଅବସାଦ l

ସନ୍ତପ୍ତ ପରାଣି ଆରତେ ଡାକନ୍ତି ମାଆ 

     ଫେଡ଼ ଆମ ଖେଦ ll


ଦିବ୍ୟ ଧାମ ତେଜି ଓହ୍ଲାଇ ଆସିଲେ 

     ସନ୍ତାନେ ବହି ଦୟା l

ସନ୍ତାନ ଦୁଃଖ ସହି କି ପାରିବ ସେ 

     ପରା ଆମର ମାଆ ll


ଢୋଲଢକାଯୋଡ଼ି ନାଗରା ବାଜଇ 

     ବାଜେ ଟମକ ମହୁରୀ l

ମରତ ଆରତ ଦୂରିତ କାରଣେ 

     ମାଆ ଥିଲେ ଅବତରି ll


ଉଲ୍ଲାସ ଧରଣୀ ଉଲ୍ଲସିତ ପ୍ରାଣୀ 

     ମାଆଙ୍କର ନିରାଜନା l

ମନ୍ତ୍ର ଉଚ୍ଚାରଣ କେତେ ଯେ ତୋରଣ 

     ବାଜିଲା ଦିବ୍ୟ ବାଜଣା ll


ଦୁର୍ଗତ ସଂସାରେ ବସା ବାନ୍ଧିଥିଲେ 

      ଶୁମ୍ଭ ନିଶୁମ୍ଭ ମହିଷା l

ଦୁର୍ଗତିନାଶିନୀ ଶେଷ କଲେ ମାରି 

    ତ୍ରିଶୂଳଟାଙ୍ଗିଆ ଫସା ll


ଦୁଃଖ ଶୋକ ହରି ମାଆ ଶାକମ୍ବରି 

    ସଜ ହୋଇଲେଣି ପୁଣି l

କଇଳାଶ ଧାମେ ଫେରିଯିବେ ମାଆ 

    ବିଶ୍ୱ ବନ୍ଦ୍ୟ ଠାକୁରାଣୀ ll


ଧନ୍ୟ ଧନ୍ୟ ମାଆ ଜଗତ ଜନନୀ 

    ଧନ୍ୟ ମା' କରୁଣାମୟୀ l

ଜଗତର ଦୁଃଖ ବୁଝୁ ଥିବୁ ମାଆ 

    ସନ୍ତାନେ ଭୁଲିବୁ ନାହିଁ ll


ଭସାଣି ଉତ୍ସବେ ପଟୁଆର ଚାଲେ 

     ଫେରି ଯାଉଛନ୍ତି ମାଆ l

ତୋ ପଦେ ଦୟୀନୀ ଜଗତ କଲ୍ୟାଣୀ 

   ପାଖେ ପାଖେ ମୋର ଥାଆ ll

ପାଖେ ପାଖେ ମୋର ଥାଆ !!!



Rate this content
Log in

Similar oriya poem from Inspirational