STORYMIRROR

Jubaraj Sa

Comedy

4  

Jubaraj Sa

Comedy

ପଛେଁ ବାଜୁଥିତା ଡାଲଖେଇ ବଜା

ପଛେଁ ବାଜୁଥିତା ଡାଲଖେଇ ବଜା

1 min
290

ପଛେଁ ବାଜୁଥିତା ଡାଲଖେଇ ବଜା

  ଆଗେଁ ଆସୁଥିତ ତମେ

  ହଜାର୍ ଆକଟ୍/ଜହଲ୍/କାଁଥି

  ଭାଙ୍ଗି ହେତା ନୁଆଁ ଦମେ

  ସେ ଖୁସି କହ କେନ୍ ଦୁକାନେ

  ଘିନି ହେତା କେନ୍ ଦାମେ ?


  ପାର୍ ଛିଡି କରି

  ତାଲ୍ ପଡୁଥିତା ମାଏଲାଜଡ

  ଟପା ମାରୁଥିତା ଢୋଲ୍

  ମାଏଟ୍ ଆକାଶ୍ ଦୁହେ ଯେଇଥିତେ

  ଗୁଟେ ମହାଭାବେଁ ଜୋଲ୍

  ସେ ଖୁସି କହ କେନ୍ ହିସାବେଁ

  ନାଇଁ କରତା ଭୋଲ୍ ?


  ଶାଢିର୍ ଧଡ଼ି ଥିଁ ରହିଥିତା ଗୋ

  ଝୁମେର୍ ଗିତର୍ ଧାଡେ

  ବେନି ଥିଁ ତମର୍ ଫୁଲ୍ ଖୁଚିଥିତ

  ସୁଖର୍ ସମିଆ ଘଡେ

  ସେ ଖୁସି କହ କରିଦେତା ମତେ

  ସମକିରିର୍ ନୁ କେଡେ ?


  ହୁରି ପଡିଥିତା 

  ଯେତେ ଝୁରି ହେବାର୍

  ପଡୁଥିତା ଫେର୍ ହୁରି

  ତରେଁ କାଏଁଶର୍ ଶୀରି

  ଛାଡ଼ି ଦଉଥିତା ବନାଲହ ବାଟ୍

  ବଲି -

  "ଲମିଯଅ ଆଗୋ ଶାରୀ"

  ବାଟେଁ ଘାଟେଁ ଥିତା ପେରେମର୍ ଗଛ୍

  ଗିରି ପଡୁଥିତା ହିଁସା ହଁକାର୍ ଫେର୍

  ଜାଇଫୁଲ ଆର୍ ସଜନିର୍ ଗୀତେଁ

  ବାଟ୍ ହେଇଥିତା ଗାରି

  ଥାବେଁ ଥାବେଁ ତମର୍ ପାହା ପଡୁଥିତା

  ଝରିରେ ଝରା

  ଚାଲୁଥିତ ଝାରି ଝୁରି !

  ସେ କଥାର୍ କାଏଁ ମହନୀ କହ !

  କେତେ କେତେ ଲୋକ୍ ସେ ତହଁକାନେ

  ଅଁଟା ହଉଥିତେ ଭିରି !


  ଆଗେଁ ଚାଲୁଥିତ ଠିକ୍ ତମେ ଗୋ

  ପଛେଁ ବାଜୁଥିତା ଘୁମୁରା

  ସେ ବଜା ଶୁନି ଭାଙ୍ଗି ଯଉଥିତା

  ଗୁଟେ ଇଲାକାର୍

  ନାଲାଏକ୍ ପନର୍ ଝୁମୁରା !


  ଆଗେଁ ଚାଲୁଥିତ ଠିକ୍ ତମେ ଗୋ

  ପଛେଁ ଦୁଲଦୁଲି ଭରନିର୍ ପାର୍

  ରାଗ୍ ମାଲେଶୀରି 

  ସାଙ୍ଗେ ଷୁଲ୍ହଖାଡି ବଜା !

  ହାତେଁ ଥିତା ତମର୍

  କୋଶଲର୍ ଗୁଟେ ଧଜା !!

  ଆଃ ! ଭାବିହେତା ଘାଏ

  ଇନ୍ଦ୍ର ହେଇ ଅବତରିଛେଁ କେଁ

  ମରତେଁ ହେଇ ରଜା !


  ଏନ୍ତା ହେଇ ଆଏତ ଯଦି

  ଆଖିଁ ତମର୍ ଲଗେଇ ଦେତିଁ ଗୋ

  କଜଲ୍ କରି କୋଶଲର୍ ଧାରେ କଳା

  ଠିକ୍ ସେ ତରେଁ

  ଜାଲିଦେତିଁ ଫେର୍

  ମାଏଟ୍ ମାଁ କେ ମୁକୁଲାବାର୍ ଜୁଏ ହୁଲା

  ଖନ୍ଦେ ତମର୍

  ଝୁଲେଇ ଦେତିଁ 

  ସୁରେନ୍ ସାଏ,ବିର୍ସା,ମାଧୋ,ହଟେ ସିଂ

  କଥାନିକେ କରି ଝୁଲା

  ଝୁଲେଇ ଦେତିଁ

  ଝଲେଇ କରି ଝୁଲା ମନ୍ ଗୋ

  ଝଲିଆ ମନ୍

  ଦିହିର୍ ଗହକି ପୁରାକେ ଝାରି ଝଲା !


  ସେ ବୀର୍ ରସର୍ କାଏଁ ଲୀଲା !

  ସେ ଲୀଲା କେ କରି ଦୁଲା

  ତେହିଁ ବସି ବସି ବସି

  ଲିଭେଇ ଛାତିର୍ ଜ୍ୱାଲା

  ଆଗୋ ମୋର୍

  ନଏଦ୍ ମଝାଧାରର୍ ଭେଲା

  ( ନାରୀ ସେ ଖାଲି ନାରୀ ନୁହେ ଶକ୍ତି ବୁଝି )

  ମୋକ୍ଷ ପାଇଯାଏତିଁ ତମର୍

  ମାଖି ପାହାତଲ୍ ଧୁଲା !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy