Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Inspirational Others

4  

Nrusingha Narayan Tripathy

Inspirational Others

ପୌରୁଷ

ପୌରୁଷ

1 min
331



ପୁରୁଷ ପଣିଆ  ଥାଏ କର୍ତ୍ତବ୍ୟରେ

କଥାକୁହେ ବାକ୍ୟବୀର

କଥା ଯାର କାମେ ହୁଏ ପ୍ରମାଣିତ

ସେହି ଖୁସି ପୌରୁଷର l


ରାଗ କ୍ରୋଧ ହିଂସା ନୁହେଁ ପରାକ୍ରମ

ପରାକ୍ରମ ସଫଳତା

ବାହାଦୁରୀ ଗୁଣ ଅକର୍ମାର ଜାଣ

କାର୍ଯ୍ୟ ଶୂନ୍ୟ ବିଫଳତା l


ପରିବାର ସେବା ମନେ ଧ୍ୟାନ ଦେବା

ପିତା ମାତା ଖୁସି ଯାର

ଝଗଡା ବିହୀନ  ଖୁସିର ସଂସାର

ଲକ୍ଷଣ ଯେ ପୌରୁଷର l


ସନ୍ତାନ ସନ୍ତତି  ଅଭାବ ନିବୃତ୍ତି

କର୍ମରେ ସହାନୁଭୂତି

ପତ୍ନୀ ମନ ବୁଝି ସେବା ଅନୁରକ୍ତି

ପୁରୁଷର ରହେ ମତି l


ଅବୁଝା ପଣିଆ ପତ୍ନୀ ପରେ ରାଗ

ବାହାସ୍ଫୁଟ ଅଯୋଗ୍ୟତା

ବିରକ୍ତି ଭାବନା ଗାଳି କାରନାମା 

ଦେଖାଣିଆ ପୌରୁଷତା l


ଧନ ସମ୍ପତ୍ତିର ରକ୍ଷଣ ବିକାଶ

ସଦାଚାରେ ପ୍ରତିଷ୍ଠିତ 

ସଦ ଚରିତ୍ରର ବ୍ୟକ୍ତିତ୍ୱ ଯାହାର

ସେହି ଏକା ପୌରୁଷିତ l


ମଣିଷ ପଣିଆ  ଯେ ମାନବିକତା

ସାଧୁତା ଯାହାର ରକ୍ତ 

ସହନ ଶୀଳତା ପୌରୁଷ ଲକ୍ଷଣ

ଧୈର୍ଯ୍ୟବାନ ବ୍ୟକ୍ତି ସେତ l


ଦାନ ଧର୍ମ ଗୁଣ ମିଳେ ସନମାନ

ସମାଜେ ତାର ଆଦର

ସୁକର୍ମେ ପୁରୁଷ ଭରା ପୌରୁଷ

ପ୍ରତି ମୁଖେ ପ୍ରଶଂସାର ।


Rate this content
Log in

Similar oriya poem from Inspirational