STORYMIRROR

Rita aparajita Mohanty

Inspirational

2  

Rita aparajita Mohanty

Inspirational

ନାରୀ

ନାରୀ

1 min
12.9K


ନାରୀ ପାଇଁ ଏ ସାରା ସଂସାର ତିଆରି।

ଵର କାହିଁକି କରେ ସେ ନାରୀକୁ ହୀନିମାନ।

ମା ରୂପେ ନାରୀ ଦୟାର ମୂର୍ତ୍ତିମନ୍ତ ରୂପ ।

ଅମୃତ ସିନ୍ଦୁ ସନ୍ତାନର ମଙ୍ଗଳପାଇଁ ଅଜାଡ଼ି ଦିଏ

ନିଜ ପୂଣ୍ୟର ପ୍ରତ୍ୟେକ ବିନ୍ଦୁ।

ନାରୀ ଯେବେ ଭଉଣୀ ହୁଏ ଭାଇକୁ ସ୍ନେହର ଡୋରରେ ବାନ୍ଧିଦିଏ।

ଭାଇକୁ ସେ ପୁରା କରେ ନିଜେ ପଛେ ଅଧା ହେଇ।

ନାରୀ ଜେବେ ପତ୍ନୀ ହୁଏ ସେଇଠି ପରିବାର ପୁରା ହୁଏ।

ସେ ବାନ୍ଧିଦିଏ ସ୍ୱାମୀ ସହିତ ସାତ ଜନ୍ମର ସମ୍ପର୍କ ।

ନାରୀ ଯେବେ ଭାଉଜ ହୁଏ ସେ ଭାବ ହୁଏ ଅତି ମଧୁର।

ନାରୀ ଯେବେ ମାଉସି ପିଇସି ହୁଏ।ସେନ୍ହ ର ଗଦ ଗଦ ସବୁ ଛୁଆ ଙ୍କୁ ଶରଧା କରେ।

ନାରୀ ଯେବେ ଆଈମା ହୁଏ ନାତି-ନାତୁଣୀଙ୍କୁ ନିଜ ଅସମ୍ଭବ ପ୍ରୀତି ଢାଳି ଦିଏ।

ତା ମନ ଭିତରରୁ ଗପ ପେଡି ଖୋଲିଯାଏ।

ସେ କେବେ ରଧା ତ କେବେ ମୀରା ପରି ପ୍ରେମର ଜୀବନ୍ତ ରୂପ।

ନାରୀ କେବେ ଯଶୋଦା ତ କେବେ ଶବରୀ ଭକ୍ତି ରସରେ ଭୋଳ।

ନାରୀ ର କେତେ ଇତିହାସ କେତେ କାହାଣୀ

ଯେତେ ଲେଖିଲେ ବି ସରିବନି।

ଦିନ ସରିଯିବ ରାତି ସରିଯିବ।

ନାରୀ ର ଗାଥା ସରିବନି।

--------------//ଭୁବନେଶ୍ୱର-୨୧ ମୋ -୯୩୩୮୫୮୪୮୫୭


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya poem from Rita aparajita Mohanty

Similar oriya poem from Inspirational