STORYMIRROR

krushna satapathy

Inspirational

5.0  

krushna satapathy

Inspirational

ମୁଁ ଓଡ଼ିଆ

ମୁଁ ଓଡ଼ିଆ

1 min
1.1K



ଥରକୁ ଥର ଓଡ଼ିଆ ହୋଇ ମୁଁ ଜନମ ନେବି।

ଓଡ଼ିଆ ଖାଇ ଓଡ଼ିଆ ଗାଇ ଗର୍ବିତ ମୁଁ ହେବି।


ବେଶରେ ମୁଁ ଓଡ଼ିଆ ହେବି କଥାରେ ବି ଓଡ଼ିଆ।

ପ୍ରାଣରେ ବି ଓଡ଼ିଆ ହେବି ଓଡ଼ିଆ କେତେ ବଢିଆ।


ବୋଉ ହେବ ମୋ ପ୍ରିୟ ଶବ୍ଦ ଜଗନ୍ନାଥ ମୋ ପ୍ରଭୁ।

ପଖାଳ ହେବ ପ୍ରିୟ ଖାଦ୍ୟ ଗାଁ ହେବ ମୋ ସବୁ।


ଚ।ଟଶାଳୀରେ ପଢିବି ପାଠ ବହି ବସ୍ତାନୀ ଧରି।

ଏକଗୋଡ଼ିଆ କାନ ମୋଡିଆ ସବୁ ନିଜର କରି।


ଗୁଡି ବାଗୁଡି ସବୁ ଖେଳିବି ଖେଳିବି ଦାଣ୍ଡ ଧୂଳି।

ନଈକୁ ମୁଁ ଡେଇଁ ପଡିବି ତ।ଳି ଗୋଟିଏ ମାରି।


ପିନ୍ଧିବି ମୁଁ ହିଁ ଖୋର୍ଦ୍ଧା ଲୁଙ୍ଗି ନାଲି ଗାମୁଛା କାନ୍ଧେ।

ସନ୍ଧ୍ୟା ହେଲେ ଖଞ୍ଜଣି ଧରି ଗାଇବି ଅମିତ୍ରା ଛନ୍ଦେ।


ଓବାମା ଭଲ କି ଟ୍ରମ୍ପ ଭଲ ଜାଣିବ ଯଦି କେହି।

ସନ୍ଧ୍ୟା ବେଳେ ଖଟିକୁ ଆସ ଗ୍ୟ।ରଣ୍ଟି ଦେବି ମୁହିଁ।


କଟକ ପୁରୀ ଭୁବନେଶ୍ୱର ହେବ ମୋହର ତୀର୍ଥ।

ମୋ ପାଇଁ ଦିଲ୍ଲୀ ବମ୍ବେ ମାଡ୍ରାସ ପୁନେ ଗୋଆ ତୁଚ୍ଛ।



ସଭା ସମିତି ସବୁ ଯିବି ଯିବି ବିଧାନସଭା।

ହେଲେ ଓଡ଼ିଆ ତୁଣ୍ଡରେ ଥିବ ଉକୁଟୁ ଥିବ ପ୍ରଭା।


ଯିବି ମୁଁ ଦେଶ ଯିବି ବିଦେଶ ଉଡାଯାହାଜ ଚଢ଼ି।

ସାଙ୍ଗରେ ନେବି ତାରିଣୀ ଛବି ନେବି ନଡିଆ ମୁଢି।


ବିଦେଶରେ ଓଡ଼ିଆଟେ ଖୋଜେ ଗୋଟେ ଓଡ଼ିଆ।

ପଦେ ଓଡ଼ିଆ ଶୁଣି ଦେଲେ ହୋଇ ଯାଏ ସେ ଓଡ଼ିଆ

କୃଷ୍ଣ ଶତପଥୀ ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from krushna satapathy

Similar oriya poem from Inspirational