Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anupama Rana

Inspirational

3  

Anupama Rana

Inspirational

ମୁଁ ଓଡ଼ିଆ ବୋହୂ

ମୁଁ ଓଡ଼ିଆ ବୋହୂ

1 min
6.7K


ଓଡ଼ିଆ ଘରର ବୋହୂ ବୋଲି ମୋର

ମନରେ ନାହିଁ ତ ଦକକା,
ଜଗତର ନାଥ ଜଗନ୍ନାଥ ପୁଣି
ଓଡ଼ିଶା ରାଇଜେ ରାଜା ।
ବାରମାସରେ ତେର ଗୋଟି ପର୍ବ
ପାଳୁଛି ମୁଁ ଏଠି ରହି,
ଓଡ଼ିଆ ବୋହୂର ମୁକୁଟ ମଣ୍ଡିତା
ପରିଚୟ ମୋର ବହି ।
ମୋ ଓଡ଼ିଶାର ପାଣି ପବନେ
ଗଢ଼ା ମୋହର ଶରୀର,
ଓଡ଼ିଶା ମାଟି ମୋ ମଥାର ଚନ୍ଦନ
ଝରଣା ଢେଉ ଦେହର ।
ପାହାଡ଼ର ଧୈର୍ଯ୍ୟ ଛାତିରେ ଭରିଛି
କୋଣାରକର ଗର୍ବ,
ଗର୍ଭରେ ଧରମା ସଞ୍ଚାର କରିଛି
ମଥାରେ ଶତ ଗୌରବ ।
ଓଡ଼ିଆଣି ବୋଲି ପଡ଼ିଶାରେ ପୁଣି
ଗରବେ ହୋଇଛି ଠିଆ,
କହିବି ଓଡ଼ିଆ ଲେଖିବି ଓଡ଼ିଆ
ପଢ଼ିବି ପୁଣି ଓଡ଼ିଆ ।

ଅନୁପମା ରଣା
ଯାଜପୁର


Rate this content
Log in

Similar oriya poem from Inspirational