STORYMIRROR

Sampark Mani

Comedy

2  

Sampark Mani

Comedy

ମୋର ବି ଶୁଣିବ!

ମୋର ବି ଶୁଣିବ!

1 min
14.6K


ଶାଗ, ହଳଦୀ, ଡାଇପର

ହେତୁ ରଖିଥା ଖବରଦାର।

ଅଫିସରୁ ସହଳ ଫେରିବ ଆଜି

ପାନ ଦୋକାନରେ ଯିବନି ହଜି।।

ଶ୍ରୀମତିଙ୍କ କଥା ଲାଗିଲା ଭାରି

ସକାଳୁ ସକାଳୁ ଖବରଦାରି।

କବି ସମ୍ମେଳନ ଯିବାର ଆଶା

କେମିତି ଯିବି, ମୋର ଚାଲିଛି ଦଶା।।

କହିଲି ଅନ ଲାଇନ ଅର୍ଡର କର

ଅଫିସରେ ଆଜି କାମ ଭରପୁର।

କଥା ପରେ ତାଙ୍କ ଦେଖି ଚାହାଣି

ବାର ବର୍ଷ ତପ ହେଲା ମୋ ପାଣି।।

ଚେତନା ଉଦୟ ହେଲା ମୋର

ପୁରା ଦିନ ଅଛି ଆଗରେ ମୋର।

ଚାହା ମୋ ସ୍ତ୍ରୀଙ୍କ ମଜେଦାର

ପି ଦୁଇ ଢୋକ କହିଲି, ଆଣିବି ସହଳ, ରୋଷ ନକର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy