STORYMIRROR

Supriya Bhuyan

Tragedy

3  

Supriya Bhuyan

Tragedy

ମୋ ପରାଜୟ

ମୋ ପରାଜୟ

1 min
396


ପିଠିଟାକୁ ପାହାଚ କରି ଉଠାଇଦେଇଛି ସେମାନଙ୍କୁ 

ବହୁତ ଉପରକୁ ।

ଝୁଣ୍ଟିବା ଆଗରୁ ଓଳେଇ ପୋଳେଇ

ମସୃଣ କରିଦେଇଛି ଚଟାଣ ।

ଖୁସିସବୁ ଆଞ୍ଜୁଳା ଆଞ୍ଜୁଳା କରି ବିଞ୍ଚିଦେଇଛି 

ବାଦଲ ର ଡେଣାରେ ।

ଅସହାୟ କପାଳରେ ଆଙ୍କିଦେଇଛି

ଟିପି ଟିପି ଚନ୍ଦନ ।

କେବେ ଜାଣିବାକୁ ଦେଇନି 

କେଉଁଠି ହଜେଇଦେଇଛି

ଚାବିନେଥାକ ମୋ ସ୍ୱପ୍ନର ।

ମୋ ନେଣଦେଣ ଅଭାବୀ ସଂସାରର 


ବେଳେ ବେଳେ ଚାହିଁରହେ ଆକାଶକୁ

ନାଲି ,ନେଳି ,ଗୋଲାପୀ କେତେରଙ୍ଗର ଗୁଡି ଉଡୁଥିବାର ଦୃଶ୍ୟ ।

ଚେନାଏ ହସ ଖେଳିଯାଏ ଓଠରେ ।

ସେତିକିତ ମୋର କାମ୍ୟ

   ମୋ ପରାଜୟର । ।


Rate this content
Log in

More oriya poem from Supriya Bhuyan

Similar oriya poem from Tragedy