STORYMIRROR

Banita Pandit

Classics Others

3  

Banita Pandit

Classics Others

ମୋ ଗଳ୍ପ ପାଇଁ

ମୋ ଗଳ୍ପ ପାଇଁ

1 min
294

ନୀରବ ରେ କେତେ ପ୍ରଶ୍ନ ପଚାରିବ ଆଖି 

ସେ ଦର୍ପଣ ର ଆଖିକୁ ଚାହିଁ .....

ନିଜ ସହ କେତେ ଲଢିବ 

ସବୁ ପ୍ରଶ୍ନ ନିର୍ମୁଳି ଲତା ....

ଏତେ ଲଜ୍ଜ୍ୟା ସହିବାକୁ ପଡେ କିଏ ଜାଣିଥିଲା?

ନିଜକୁ ପଚାରେ ଅତି ସଙ୍କୋଚ ରେ ନରମି ଯାଇ 

ଯଦି ଏତେ ଲଢି ସହି ପୁଣି ହାରିଯିବ ତେବେ 

ଏ ଜୀବନ କଣ ପାଇଁ ? 

ଜୀବନ ଟା ତ ସଜଡ଼ା ନୁହେଁ ...

ଆସ୍ତେ ଆସ୍ତେ ସଜାଡି ହେବ 

ଯଦି କେହି ସଜାଡି ବାରେ ସହଯୋଗ ନ କରେ 

ଏକା ଏକା ସଜାଡିବ ...

କିନ୍ତୁ ହାରି ଯିବନି .....

ମୋ ଗଳ୍ପ ପାଇଁ କିଛି ପଦ ...

କିଏ ଜଣେ କହୁଥିଲା .....

କିଏ ଜଣେ କହୁଥିଲା ଅତି ମନୋରମ 

ହେଲେ ସେଇଟା କେବଳ ମନ ବୁଝାଇବା ପାଇଁ 

କିଏ ଜଣେ କହିଥିଲା 

ତୁମ ନୀରବ ଚାହାଣି ମତେ କଷ୍ଟ ଦିଏ ...

ସବୁ ଛଳନା ...

କେତେବେଳେ ଶାନ୍ତ ସମୁଦ୍ର ତ

 କେତେବେଳେ ଜାହାଜ ସେପାଖରୁ

 ଢେଉ ସବୁ ଧୀର ହୋଇ କୂଳରେ ଲାଗନ୍ତି 

କଷ୍ଟ ଦିଅନ୍ତି ହୃଦୟକୁ 

କାହାର କଥା ର ଛଳନା ରେ ..

କିଏ ଜଣେ କହିଥିଲା 

ମନ ଭାଙ୍ଗିବା ପାପ

ହେଲେ ସେ ପାପ ବାରମ୍ବାର କାହିଁକି କରେ 

ବୋଧେ ଅଜାଣତରେ .....

କେହିଜଣେ କୁହେ ସେ ପୁଣି ଦେଖା ଆଦେଖ ବାଟରେ .....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics