ମନର ମଣିଷ
ମନର ମଣିଷ
ମନର ମଣିଷ
ଦବ ଯଦି ଦୋଷ
କହିବି ଆଉ
କାହା ଆଗେ,
ତୁମେ ନ ବୁଝିଲେ
ଆଉ କେ ବୁଝିବ
ହୃଦୟର ବେଦନା ଯେତେ।
ତୁମ ଭରଷାରେ
ଆସିଛି ମୁଁ ଛାଡି
ମୋ ବନ୍ଧୁ ପରିଜନ
ତୁମେ ନ ଚାହିଁଲେ
ଯିବି ମୁଁ କୁଆଡ଼େ
ଏତେ ବଡ଼ ଦୁନିଆରେ।
ମୋ ଆଖିିର ଲୁହ
ବହି ଯାଉଥିବ
ତୁମର ପରସ ପାଇ,
ରହିଛି ଅନାଇ
ଥିବି ରହି ମୁହିଁ
ତୁମର ଆଦର ପାଇଁ।

