ମନ ମନ୍ଦିରରେ ଜୀବନ୍ତ ଦେବୀ
ମନ ମନ୍ଦିରରେ ଜୀବନ୍ତ ଦେବୀ
ମନ୍ଦିରେ ପୂଜୁ କାଷ୍ଠ ପାଷାଣକୁ
ଭକତି ଅର୍ଘ୍ୟରେ ଦେବୀଟେ ଭାବି
ମାତ୍ର ଆମ ବୋଉ ଚଳନ୍ତି ପ୍ରତିମା
ମନ ମନ୍ଦିରରେ ଜୀବନ୍ତ ଦେବୀ
ପାରଇ ଏକଥା ଯେ ଅନୁଭବି
ସୁଖର ପାହାଡ଼ ଉପରେ ବସି ସେ
ନିତି ଦେଖେ ଶୁଭ ଉଦୟ ରବି ।
ଅମୂଲ ମମତା କୋଳରେ ତାହାର
କେତେ ମିଠା ସତେ ହାତ ଆଉଁସା
ଅପୂର୍ବ ସେ ଛୁଆଁ କେଉଁଠି ନ ମିଳେ
ଜୀବନ ପଥର ସାର୍ଥକ ଦିଶା
ପୂରା କରିପାରେ ଇପ୍ସିତ ଆଶା
ଅତି ହରଷରେ ଚଳିବାକୁ ଦିଏ
ସଂସାର ବୃକ୍ଷରେ ବାନ୍ଧିକି ବସା ।
ପ୍ରେମର ଦୀପାଳି ତାହା ପାଇଁ ଜାଳି
ଭିଜାଇବା ଯେବେ ମନ ଅଗଣା
ମନ ଜାଣି ସେବା ଭକ୍ତିରେ କରିବା
ଉତ୍ତମ ପୁତ୍ରରେ ହୋଇବା ଗଣା
ହେବା ନାହିଁ କେବେ ବି ବାଟବଣା
ଆଶୀର୍ବାଦ ଝର ସଦା ଝରି ପଡି
ମିଳୁଥିବ ଯଥୋଚିତ ପାଉଣା ।