ମନ ଚାହେଁ
ମନ ଚାହେଁ
ମନ ଚାହେଁ ପକ୍ଷୀଟିଏ ହୋଇ ଉଡି ଯିବାକୁ
ସେ ଦୂର ଗଗନକୁ
ପୁଣି କେବେ ଚାହେଁ କ୍ଷୁଦ୍ର ଜୀବଟିଏ ହୋଇ
ମାଟି ମା'ର ବକ୍ଷରେ ଲୋଟି ଯିବାକୁ ।
ଏଇ ମନ ଗତି କରେ କେବେ
ପବନ ଠାରୁ ଅତି ତୀବ୍ର ଗତି
ଏଇ ମନ ତଳେ ପୁଣି
କେତେ କୋହ ଆଉ ଯନ୍ତ୍ରଣାର ଜଳନ୍ତା ତାତି ।
