STORYMIRROR

Panchanan Jena

Children

4  

Panchanan Jena

Children

ମହାର୍ଘ ପର୍ବେ

ମହାର୍ଘ ପର୍ବେ

1 min
372


ଫଗୁ ଫଗୁଣର

ରଙ୍ଗ ପାର୍ବଣର

ପ୍ରୀତି ତରଙ୍ଗୀଣୀ ସାଜି

ମୁଁହ ମାନଚିତ୍ର

ଚର୍ଚିତ ଚରିତ୍ର

ହେବ। ଏକାକାର ଆଜି

ସଙ୍ଗେ ରଙ୍ଗେ ଭିଜି ଭାଜି ।


ଚିମୁଟେ ଅବିର 

କପାଳେ ପ୍ରହାର

ମାରିଦେବା ହସି ହସି

ନାଲିଆ ନେଳିଆ

ଗାଲରେ ନେସିଆ'

ଖୁସି ହୋଲି ର ବକ୍ଷଘସି 

ଅନ୍ତର ଯୋଡିବା ମିଶିମାସି ।


ଛଣା ପଣା ପାନୀୟ

ମିଠା ପିଠା ଯାବତୀୟ

ଥଣ୍ଡା ମଣ୍ଡା ପାଥେୟ

ଖୋଇବା ଖାଇବା ମହାନନ୍ଦେ ସର୍ବେ

ଗାଇବା ନାଚିବା ଭଙ୍ଗେ

ରଙ୍ଗ ବରଷିବ ଉମଙ୍ଗେ

ବୁଣି ବିଞ୍ଚି ଖୁସି ତରଙ୍ଗେ

ବରଷକେ ଥରେ ଆସିଛି ଗର୍ବେ

ପ୍ରେମ ପ୍ରୀତି ମାଖ ମହାର୍ଘ ପର୍ବେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children