STORYMIRROR

Rekha bhoi

Abstract

4  

Rekha bhoi

Abstract

ମା

ମା

1 min
254


ଆଜି ପୁଣିଥରେ  କୋଳେ ଚାପି ଧରି 

     ଗେଲ କରିଦିଅ ମା 

ଛୋଟ ମୋଟ ସେହି ଦୁଷ୍ଟାମୀ ଦେଖି 

      ଚୁପି ହସିଦିଅ ମା l

ଆଜି ପୁଣିଥରେ କାନ୍ଧରେ ପକାଇ 

    କାହାଣୀ ଶୁଣାଅ ମା 

ପରୀ ରାଇଜର ରାଜ କୁମାରୀକୁ 

     ପାଖକୁ ବୁଲାଅ ମା l

ଆଜି ପୁଣିଥରେ  ହାତ ଧରି ମୋର 

     ଚାଲିବା ଶିଖାଅ ମା 

ଟିକେ ଚାଲି ଝୁଣ୍ଟି ପଡୁଥିବି ଯେବେ 

    କୋଳେ ଧରିନିଅ ମା l

ଆଜି ପୁଣିଥରେ  ଅଝଟ ହେଲେ ମୁଁ 

      ବୁଲାଇ ନିଅ ଗୋ ମା 

ଗହଳି ଭିତରେ  ଯେବେ ହଜୁଥିବି 

   ଖୋଜି ପାଉଥିବ ମା l

ପୁଣିଥରେ କୁନି  ବୋହୁଟେ ସଜାଇ 

   ନିରେଖି ଚାହଁ ଗୋ ମା 

ମିଛିମିଛି ଲୁହ   ଆଖିରୁ ଗଡ଼ଇ 

   ଧୀରେ ପୋଛି ଦିଅ ମା l

ଆଜି ପୁଣିଥରେ  ବରଷା ଆସିଲେ 

     ଡ଼ଙ୍ଗା ଧରିଦିଏ ମା 

ସାଙ୍ଗେ ମୋର ଥାଇ  ସାଧବ ବୋହୂକୁ 

    ଖୋଜି ଆଣିଦିଅ ମା l

ଆଜି ପୁଣିଥରେ  କୋଳରେ ଶୁଆଇ 

   ଜହ୍ନ ଦେଖାଅ ଗୋ ମା 

ସବୁଦିନ ପାଇଁ  ଶିଶୁଟିଏ ହୋଇ 

     ପାଖେ ରହିଥିବି ମା l


Rate this content
Log in

More oriya poem from Rekha bhoi

ମା

ମା

1 min read

Similar oriya poem from Abstract