STORYMIRROR

Manoj Mahanand

Inspirational Others

3  

Manoj Mahanand

Inspirational Others

ମା'

ମା'

1 min
14.2K


ଦଶ୍ ଦିଗ୍କେ ଖଁଗ୍ରେଇ ଦେଖ୍ନି

ହେ ଗୁଟେକ୍ ଶବ୍ଦର୍ ନାଁ,

କୁହି କୁହି ଅନ୍ଧାରେବି ଚମ୍କି ଯଉଛେ

ମାଁ ଖାଲି ମାଁ..... ।

ଯେଭ୍ନୁ ତୋର୍ କୂଲେ ଜନମ୍ ହେନି

ତେଭ୍ନୁ ଧରିଛୁ ମୋର୍ ହାତ୍,

ଆଏଜ୍ ମା' ମୋର୍ ଅପାରୁ ହେଲେବି

ସବୁନେଦଉଛେୁ ସାତ୍ ।

ତୋର୍ ଦିହେଁ କୁଲେ ହଗି ମୁତୁଥିନି

ଯେତେବେଳ୍ ନାଇଁ ହେଇ ଥାଇଁ ଗିଆନ୍,

ହଁସି ହଁସି କରି ସବୁ ସହିଛୁ

ମା' ମୋର୍ କେଡେ ମହାନ୍ ।

ଧୁଲେ ବାଲେ ମୋର୍ ସନା ଚିଟ୍କା ଦିହେଁକେ

ତୋର୍ ଶାଢୀ ପନ୍ତେ ପୁଛିଛୁ,

ତୋରୋ ରୋରୋ ସ୍ୱରେ ଗିତ୍ ଗାଇକରି

ବୁଝେଇ ଭୁର୍ତେଇ ଶୁଏଇଛୁ ।

ସିତ୍ କାଁକର୍ କି ପାଏନ୍ ବର୍ଷା ଦିନେ

ତୋର୍ ଛାତିତଲେ ଲୁକେଇଛୁ,

ଖରା ଦିନେ ହେନ୍ତା ଶାଢୀ ପନ୍ତେ

ମୋର୍ ମୁହଁର୍ ଝାଲ୍ ପୁଛିଛୁ।

ସକାଳ୍ ଧର୍ମୁ ଉଠି ଚକେଲ୍ ପିଠା ପୁଡେଇ

ତୋର୍ ହାତେ ମୋତେ ଖୁଏଇଛୁ,

ବହି ମୁନା ଧରେଇ ପାଠ୍ ପଢିଯା ବୋଲି

କେତେ କଥା କାନେ କହିଛୁ ।

ସବୁବେଳେ ମା ହଁସି ହଁସି କରି

ମୋର୍ କେଚେର୍ କାଚର୍ ସହିଛୁ,

ଆଏଜ୍ ବି ହେନ୍ତା ମୁଇଁ ଜୁଆନ୍ ହେଲେବି

ମୋର୍ ଖଂଗେ ବଢେ ବୁଝୁଛୁ ।

କାଏଁ ବୋଲି ଗାଏମି ତୋର୍ ଗୁନ୍ ଗୋ

ହେ ମାତା ମହାରାଣୀ! ,

ମୋତେ ଅଲାଇକ୍ କେ ଜନମ୍ କରି

ହଉଛୁ ଘାଟିସାନି ।

ଯେନ୍ତା ସହିଛୁ ମା ହେନ୍ତା ସହିଥା ଗୋ

ନାଇ ଦେବୁ ହାତ୍ ଛାଡି,

ଚାଲି ନି ଜାନେ ମା ପଡି ଯିମି ଗୋ

ଫାଟି ଯିବା ଆଁଠୁ ଠୁଁଡି ।

କେଭେ ନାଇଁ ଦେଖି ଦିହଁର୍ ରକତ୍ ମୋର୍

ଆଏଜ୍ କେନ୍ତା କରି ଦେଖି ସହେବୁ,

ମୁଇଁତ ଟିକେ କାନ୍ଦି ତୁମ୍ ପଡ୍ମି ଗୋ. . .

ତୁଇସିନା ରାଏତ୍ ଦିନ୍ କାନ୍ଦ୍ବୁ ।

ଆବ୍ରି ରଖିଛୁ ଆବ୍ରି ରଖିଥା ମା

ଏକ୍ଲା ନାଇଁ କର୍ବୁ ମୋତେ,

ଧଏନ୍ ଧଏନ୍ ମା ଗରଭ୍ ଧାରୀ ଗୋ

କୋଟି ଜୁହାର୍ ଗୋ ତତେ ।

ମନୋଜ ମହାନନ୍ଦ

ବାଗଯୋର, ସଇଁନ୍ତଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Manoj Mahanand

ମା'

ମା'

1 min ପଢ଼ନ୍ତୁ

Similar oriya poem from Inspirational