STORYMIRROR

Dinesh Meher

Classics

2  

Dinesh Meher

Classics

ଲୁକୁଛେ

ଲୁକୁଛେ

1 min
13.4K


ଭାଵର୍ ବନ୍ଧନ୍, ସୁନାର୍ ସପନ୍

ମନର୍ ତହଁକ୍, ତନର୍ ଚହଁକ୍

ଲେତାଗୁତା ମାଏନ୍ ମନ୍ତର୍

ଛିଡୁଛେ ଵିଛଡୁଛେ

ଲୁକି ଲୁକି ଯାଉଛେ ।।


ସାତରଙ୍ଗି ସପନ, ଫଗୁନ୍ ଵେରଙ୍ଗ୍

କତରିଆ,ବନ୍ଦରିଆ,ଟେଡାଁ ବାହାଁସୂତା

ଅଁଟାସୂତା ପାଏଝଲ୍

ଲୁକୁଛେ ହଜୁଛେ

ଲୁକି ଲୁକି ଯାଉଛେ ।।


ଢେକିଶାଳର୍ କୁଟାନ୍,ଖୁଦ୍ ଭୁଜାର୍ ଖାନ୍

କୁମ୍ଭାରର୍ ଚକା,ଲୁହୁରାର୍ ଘାନ୍

ଶଗଡର୍ କେଁ କଟ୍ କଟ୍ ଚଲନ୍

ଭାଙ୍ଗିଛେ,କୁର୍କୁଟା ହେଉଛେ

ଲୁକି ଲୁକି ଯାଉଛେ ।।


ଧୂଇଲ୍ ମାଟିର୍ ଖେଲ୍ ଖେଲନା

ଲୁକ୍ ଲୁକାନି କାଏଁ ଛିଲୋ ଲାଇ

କାଁଚି କୁଢିର୍ ଛୁଛା ବିହା ବର୍ପନା

କଂକ୍ରିଟ୍ ଜଙ୍ଗଲେ ଢାପି ହେଉଛେ

ଲୁକି ଲୁକି ଯାଉଛେ ।।


ଡାଲ୍ ଖାଇ, ରସରକେଲି,ଚୁଟକୁଚୁଟା

ଢୋଲ୍ ନିଷାନ୍,ତସା ମୁହୁରୀ

ଆଧୁନିକତାର୍ କୁଦା ନରଦାଥି

ସଂସ୍କୃତି ବୁପରା ଅଥୋଥାଲି ହେଉଛେ

ଲୁକୁଛେ ହଜୁଛେ

ଲୁକି ଲୁକି ଯାଉଛେ ।।


ଦିନେଶ ମେହେର

ଓଡିଆପାଲି

୯୯୩୮୯୧୧୫୭୫


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dinesh Meher

Similar oriya poem from Classics