STORYMIRROR

Raj Dash

Comedy

3  

Raj Dash

Comedy

ଲଭ୍ ଇନ୍ ଭୁବନେଶ୍ୱର

ଲଭ୍ ଇନ୍ ଭୁବନେଶ୍ୱର

1 min
140

ଦେଖିଲି ତୋତେ ଯେବେ ରୂପାଲି ଛକରେ,

ତୁ ଯାଉଥିଲୂ ଅଡି କାର ଆଉ ମମୁଁ ଥିଲି ଆମ୍ବାସେଡର ରେ,

କଣେଇ କଣେଇ ଦେଖିଲୁ ମୋତେ,

କିଛି ନଜାଣିଲା ପରି ହସିଲୁ ସତେ.

ଦୁଷ୍ଟ ଟ୍ରାଫିକ ସିଗ୍ନାଲ ଗ୍ରୀନ ହେଲା,

ତୋ ନାଲି ଅଡିଟା ଆଗେଇ ଚାଲିଲା,

ମୋ ଭଙ୍ଗା କାରଟି ପେଁ ପିଁ କରି,

ଦୌଡ଼ି ଚାଲିଲା ଷଣ୍ଢ ପରି,

ରେଡ୍ ସିଗ୍ନାଲ ଟି ଧପ କଲା,

ବାଣୀବିହାର ଛକରେ ମୋ କାରଟି ଅଟକି ଗଲା,

ତୋ କାରଟିକୁ ସାଇଡରେ ଦେଖି,

ଝଟକା ଖାଇଲା ମୋ ଗେଣ୍ଡଳିଆ ଆଖି.

ଗ୍ଲାସ୍ ଖୋଲି ମୁଁ ଇସାରା ଦେଲି,

ତୋ ମୁରୁକି ହସରେ ବେହୋସ୍ ହେଲି,

ପଛ ଗାଡ଼ି ହର୍ନ ଟି ଗର୍ଜନ କଲା,

ପୁଣି ଗ୍ରୀନ ସିଗ୍ନାଲ ଦେଖି ମୋ ହୋସ ଆସିଲା,

ସବୁ ବଳ ଖର୍ଚ୍ଚ କରି କାର ଟିକୁ ଷ୍ଟାର୍ଟ କଲି,

ତୋ କାର ପଛରେ ମାଡ଼ି ଚାଲିଲି.

ଦେଖୁ ଦେଖୁ ଆଚାର୍ଯ୍ୟ ବିହାର ଆସିଲା,

ଗାଡ଼ି ସାଇଡ ରେ ମୋ ଗାଡ଼ି ଅଟକି ଗଲା.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy