Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjaya Kumar Pradhan

Inspirational Others

3  

Sanjaya Kumar Pradhan

Inspirational Others

କଲମର ଭବିଷ୍ୟତ

କଲମର ଭବିଷ୍ୟତ

1 min
160


କଲମରେ କଲମ କଲମରେ କଲମ

ବ୍ୟସ୍ତ ହୋଇ ତୋତେ ଖୋଜୁଛି ମୁଁ କେତେ

ଧରା ଦେଉନୁ ସହଜେ

ବହୁତ ଖଇଚ୍ଚା ଲାଗେ

ହେଉଅଛି ମୁଁ ବଡ଼ ହଇରାଣ । କଲମରେ...

ଅଭିମାନ କଲୁ କୋଉଠି ରହିଲୁ

ଲାଗୁଛି ବଡ଼ ବିଷମ

ପ୍ରିୟ ହୋଇଥିବାରୁ

ଭୁଲିବି ନାହିଁ ତୋତେ ଚିରଦିନ ।କଲମରେ...

ଇତିହାସ କହେ ଚଟାଣ ଉପରେ

ଅଙ୍କା ହଉଥିଲା ଆଗେ

ଚିତ୍ର ଅକ୍ଷର ସବୁ

କାଠି ଖଣ୍ଡିକର ଥିଲା ପ୍ରାଧାନ୍ୟ । କଲମରେ...

ସିଲଟ ଉପରେ ଚଢ଼ିଯାଇ ଧୀରେ

ଖଡ଼ିତ ଗାରେଇ ଦିଏ

ପର ନିଜର ମୁନେ

ତାଳ ପତ୍ରେ ହେଲା ପୋଥି ନିର୍ମାଣ । କଲମରେ...

କାଗଜ ଉପରେ ପେନସିଲ ଚାଲେ

ଗାଢ଼ ଦିଶେନି ମୁଦ୍ରଣ

ସ୍ୟାହି ଦୁଆତ ଧରି

ପ୍ରଥମେ କଲମ ନେଲୁ ଜନମ । କଲମରେ...

ସମୟାନୁକ୍ରମେ ବଦଳିଲୁ ଧିରେ

କଳ୍ପନାତିତ କାୟାରେ

ଖଞ୍ଜେଇ ହୋଇ ଯନ୍ତ୍ର

ବ୍ୟସ୍ତ ରହିଲୁ ନେଇ ବହୁ କର୍ମ । କଲମରେ...

କାଳର କରାଳେ ଅବଲୁପ୍ତ ପ୍ରାୟେ

ପୁରୁଣା ଯନ୍ତ୍ର ଯେ କେତେ

ଏଭଳି ଦଶା ତୋର

ନ ଆସୁ ,ସ୍ମରେ ମୁହିଁ ଭଗବାନ । କଲମରେ...

ସଞ୍ଜୟ କୁମାର ପ୍ରଧାନ


Rate this content
Log in

Similar oriya poem from Inspirational