ପାରିବୁ ତ ଯାଇ ?
ପାରିବୁ ତ ଯାଇ ?
ନିଜ ନୀଚ୍ଚତାକୁ ଦେଖ୍
ଧିକ୍କ୍ ତୋର ସବୁ ଶିକ୍ଷା ଦୀକ୍ଷା
ଶକ୍ତି , ଅର୍ଥ , ସାମର୍ଥ୍ୟ
କାହିଁକି ତୁ ଏତେ ତଳକୁ ଖସିଗଲୁ
କେଉଁଥି ପାଇଁ ଏତେ ଗର୍ବ ଅହଙ୍କାର ।
ବ୍ୟକ୍ତିଗତ ହତାଶା , ଅସଫଳତା କି
ଏ ହିଂସ୍ରତା , ବିସ୍ଫୋରଣର ମଞ୍ଜି
ନା ନିଷ୍ପେସିତ କଏଦ୍ ଆତ୍ମାର ଏ ଆର୍ତ୍ତଚିତ୍କାର
ନା ଜଣାଇବାକୁ ଚାହୁଁ ଜଙ୍ଗଲରେ ତୋର ଆଧିପତ୍ୟ
ହାତେଇବାକୁ ଚାହୁଁ ସେ ମିଛ ସିଂହାସନ ।
ସତ ହେଲା , ସଭ୍ୟ ଶିକ୍ଷିତର ମୁଖା ତଳେ
ବଣ୍ଯ ନୃଶଂସ ପଶୁଟିଏ ମାତ୍ର ତୁ
ନିଜ ଦେହର ସୁରକ୍ଷା , ଭୋକ ତୋର ଆଗ ।
ହିଂସାର ରାସ୍ତା ହିଁ ଏକ ମାତ୍ର ଜଣା ରାସ୍ତା ତୋର
ଅ
ହଂ ପୁରୁଷ ସିଂହ , ଏ ଜଙ୍ଗଲ ର ସ୍ୱାମୀ
ସବୁ ଶିକାର , ସ୍ତ୍ରୀ ରେ ମୋ ପ୍ରଥମ ଅଧିକାର
ଏଇ ତ ତୋର ବାସ୍ତବ ରୂପ ଆଉ ପ୍ରକୃତି
ଏ ଆଦର୍ଶ , ମଣିଷ ପଣିଆର ଦର୍ଶନ ,
ଚିକ୍କଣ ସରୁ ସଭ୍ୟ ସୁନ୍ଦର ମୁଖା ସବୁ ଛଳନା ।
କରିବାକୁ ଚାହୁଁ ରାଜ୍
କରିହେବ ନିଜ ପଶୁତ୍ୱ ଉପରେ
ତଥାଗତ ଙ୍କ ମଧ୍ଯମ ପଥେ ଚାଲି
କରୁଣା ଅହିଂସାର ମନ୍ତ୍ରକୁ ଆଦରି
ହେଲେ ପାରିବୁ ତ ତୁ ଯାଇ
ବୁଦ୍ଧ , ଧମ୍ମ ଆଉ ସଂଘ ର ଶରଣେ ।
ନାହିଁ ଆଉ ଚାରା ପଶୁତ୍ୱରୁ ମୁକ୍ତ ହେବାର
ନିଜ କଳ୍ପିତ ପୃଥିବୀରେ ନିଜକୁ ସମ୍ରାଟ ବୋଲାଇ
କିଏ ବା କେବେ ଶାନ୍ତି ମୁକ୍ତି ଲଭିଛି କହ ।