କହିବ କାହାକୁ କିଏ
କହିବ କାହାକୁ କିଏ


ବରଷା ସଭିଙ୍କ ଭରସା ବୋଲି ତ
ସରସା ଜମି ହୁଅଇ,
ବଇରୀ ସାଜିଛି ଏ ମଣିଷ ପାଇ
ଚଷାପୁଅ ଦୁଃଖ କରଇ,
ବୃକ୍ଷ ଲତା ପଦା ହୁଅଇ
ଘନାରଣ୍ୟ ଶୂନ୍ୟ କଂକ୍ରିଟ ଜଙ୍ଗଲେ
ସବୁଠି ରହୁଛି ସଜାଇ ।
ଜୀବନ ହତାଶ ଜଗତେ ବତାଶ
କୁଳ କି କିନାରା ନାହିଁ,
ନାହିଁ ନାହିଁର ଏ ବଜାରେ କେବଳ
ଅଶାନ୍ତିର ଅଗ୍ନି ଜଳଇ,
କିଏ ବା ପାରିବ ଲିଭାଇ
ଗୁରୁ ଯେ ଅନେକ ଶିଷ୍ୟ ନାହିଁ ଏକ
ପଥ ବା କେ ଦେବ ବତାଇ ।
କୁଢ଼ କୁଢ଼ ଥାକ ଥାକର ସମସ୍ୟା
ପାହାଚ ଶୋଭା ଦିଶଇ,
ନାହିଁ ସମାଧାନ ମରୁଭୂମି ପରେ
ଡ଼ହଡ଼ହ ତାତି ଲାଗଇ,
ଶୀତଳ କ୍ଷୀଣ ଯେ ଥାଇ
ନିଜକୁ ଦେଖିଣ ଆନ କଥା ଭୁଲି
ଭାଗ୍ୟକୁ ଖାଲି ନିନ୍ଦଇ ।