STORYMIRROR

Bijoy Jena

Inspirational

3  

Bijoy Jena

Inspirational

କାହାକୁ ଡାକିବି

କାହାକୁ ଡାକିବି

1 min
207



 କାହାକୁ ଡାକିବି ବୋଉ ବୋଉ ବୋଲି

    ନାହିଁ ଆଉ ମୋର ପାଶେ

ତାର ମର ଦେହ ମିଶିଛି ମାଟିରେ

    ରହିଛି ମୋ ମନ ବାସେ।


ଯେତିକି ବରଷ ବିତିଛି ତା ସାଥେ

    ଅଭୂଲା ଅତୀତ କଥା

କାହାକୁ ଡାକିବି ବୋଉ ବୋଉ ବୋଲି

    ଆଣୁଛି ଅନେକ ବ୍ୟଥା।


ପ୍ରତିଟି ଡାକରେ କି ଅମୃତ ଅଛି

    ବିଧାତାର ଲୀଳା ଖେଳା

ମାଆ ଗଢି ଥାଏ ସାରା ସଂସାରକୁ

    ମଧୁର ସେନହ ବୋଳା।


>ଲକ୍ଷ୍ମୀ ସାଆନ୍ତାଣୀ ଜଗତର ମାଆ

    ପାଳନ୍ତି ଐଶ୍ୟର୍ଯ୍ୟ ଦେଇ

 ତାଙ୍କ ବିନା ପ୍ରଭୁ ଜଗନ୍ନାଥ ସ୍ଵାମୀ

    ଦାରିଦ୍ର୍ୟ ଭିତରେ ରହି।


ବାର ବର୍ଷ ପରେ ସୁଧାର ଆସିଲା

    ଘୁଞ୍ଚିଲା ବଡ ପଣିଆ

ମାଆ ପାଖେ ରହି ଡର ବା କାହାକୁ

    ମମତା ଭାରି ବଢିଆ।


ମାଆର ମମତା ମାଆର ସେନେହ

    ମଥା ନଇଁ ଯାଏ ମୋର

ସବୁ ମାଆ ଲାଗେ ଲକ୍ଷ୍ମୀ ସାଆନ୍ତାଣୀ

    ତା ପାଦେ ନିତି ଜୁହାର।



Rate this content
Log in

Similar oriya poem from Inspirational