Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kishore Nayak

Children

3  

Kishore Nayak

Children

ଜଳ ଆମର ଜୀବନ

ଜଳ ଆମର ଜୀବନ

1 min
216



ଜଳହିଁ ଆମର ଜୀବନ ଭାଇ 

         କର ନାହିଁ ତା'ର ଅପଚୟ 

ଜଳ ସଂରକ୍ଷଣ କରିବା ଆସ 

         ସୁବ୍ୟବହାରେ କରି ସଞ୍ଚୟ ll

ସବୁରି ଜୀବନ ସଂଚାର ଲାଗି 

     ଏଇ ଜଳ ଆମେ ଦେବାରେ ବାଣ୍ଟି 

ନିପନ୍ତା ମରୁରେ ନଗର ପଲ୍ଲୀରେ 

       ଜଳ ବିନା କା'ର ନଶୁଖୁ ତଣ୍ଟି ll

ବଣ ପାହାଡର ମୂଲକ ରାଇଜେ 

        ଜଳର ଅଭାବ କରିବା ଦୂର 

ଦୂଷିତ ପାଣିକୁ ବ୍ୟବହାର କରି 

      ନହୁଅନ୍ତୁ କେହି ରୋଗ ଶିକାର ll

ବଢାଇବା ଆମେ ସାହାଯ୍ୟର ହାତ 

      ନଭୋଗନ୍ତୁ କେହି ଜଳର କଷ୍ଟ 

ଏ ଦେଶ ମାଟିରେ ମେଣ୍ଟୁ ଜଳାଭାବ 

      ସବୁରି ପରାଣ ହେଉରେ ତୁଷ୍ଟ ll

ସଚେତନତାର ବାର୍ତ୍ତା ବାଣ୍ଟି ଆମେ 

      ରୋକିବା ଜଳ ଅପବ୍ୟବହାର 

ଜଳ ମୁନ୍ଦେ ବିନା ଏ ଦେଶ ମଣିଷ 

   ନଭୋଗୁରେ କେବେ ବିଷାଦ ଘୋର ll

ଜଳହିଁ ଜୀବନ ଜଳହିଁ ପରାଣ 

        ଜଳହିଁ ଅଟଇ ଅମୃତ ସମ 

ଜଳ ବିନା ପ୍ରାଣ ଲଭଇ ମରଣ 

      ଜଗତ ମଧ୍ୟେ ଅଟେ ଅନୁପମ ll



Rate this content
Log in

Similar oriya poem from Children