STORYMIRROR

Bunee Tripathy

Fantasy Inspirational

3  

Bunee Tripathy

Fantasy Inspirational

ହେ ମୋର କଲମ

ହେ ମୋର କଲମ

1 min
306


ଲେଖିଚାଲ ତୁ ରହିବୁନି କେବେ

ଅନ୍ଯାୟ ବିରୁଦ୍ଧେ ସଂଗ୍ରାମ ତୋର

ଅବିରତ ଲାଗିଥିବ।

ଟେକିବୁନି ମଥା ହାରିବୁନି କଥା

ଆସୁ ଯେତେ ମାଡି ଝଡ଼ଝଞ୍ଜା


ରହିବୁ ଅଟଳ ଅଚଳ ତୁହିରେ

ଦେଉ ପଛେ ଯେତେ ଲାଞ୍ଚଲୁଞ୍ଚା। 


ହାରିଗଲେ ତୁ ହାରିଯିବି ମୁଁ

ଟେକି ପାରିବିନି ଆଉ ତ ମଥା

ଅନ୍ଯାୟ ଅତ୍ଯାଚାର ଦେଖୁଥିବା

ପ୍ରତିବାଦ କରିବାକୁ ନଥିବ କଥା।


ହେ ମୋର କଲମ ସୈନିକ ସାଜି

କର ପ୍ରତିବାଦ ଅଣ୍ଟାକୁ ଭିଡି

ହେଇପାରେ ତୋର ମୂଲ

ନିହାତି ମାମୁଲି,ହେଲେ କହିବା

ପାଇଁକି ସମ୍ଵିଧାନ ଦେଇଅଛି

ଅଧିକାର ସମସ୍ତ ପାଇଁକି।


ହତ୍ଯା,ଲୁଣ୍ଠନ,ଧରଷଣ ଅବା

ଛଳନାରେ କରେ ପ୍ରତାରଣା

ଶାସ୍ତି ଲେଖିବୁ ଦଣ୍ଡ ବି ଦେବୁ

ତେବେ ଯାଇ ଦେଖିବେ ସରବେ

କାଠି କଲମର ଶକତି କେତେ।


Rate this content
Log in

More oriya poem from Bunee Tripathy

Similar oriya poem from Fantasy