STORYMIRROR

Dr Sanjib kumar Panigrahi

Classics

3  

Dr Sanjib kumar Panigrahi

Classics

ଗୁରୁଦେବାୟ ନମଃ

ଗୁରୁଦେବାୟ ନମଃ

1 min
217


ହେ ପୂଜ୍ୟ ପରମେଶ୍ଵର ରୂପ 

ଅଜ୍ଞାନ ତମ ନାଶକାରୀ 

ଜ୍ଞାନାଞନ ପ୍ରଦାୟକ 

ପ୍ରଣାମ ତୁମକୁ ଶତବାର ସହସ୍ରବାର ଜନ୍ମ ଜନ୍ମକାର ।


ମଣିଷ ଗଢିବା ଛାଞ୍ଚ 

ଯାହା ଅଛି ତବ ପାଶେ 

ସେ ଛାଞ୍ଚରେ ଗଢ଼ି ଦିଅ ମୋତେ 

ଏକ ନିଷ୍ପାପ ଶିଶୁ ପରି 

କବିର ହୃଦୟ ପରି 

ଭରିଦିଏ ପରଭୃତ ସମ ସ୍ବର 

ଏକଲବ୍ଯର ଗୁରୁଭକ୍ତି 

କରୁଣାର ବାରି ଦିଅ ଛିଞ୍ଚି 

କଳୁଷ କାଳିମା ଯାଉ ଘୁଞ୍ଚି ।


ହାତଧରି କଡାଇ ନିଅ ଜୀବନର ପଥ 

ଆସୁ ଯେତେ ଝଡ 

ମିଥ୍ଯା ପ୍ରତିଶ୍ରୁତି ଅବା ପ୍ରବଞ୍ଚନା 

ଶିଖାଇ ଦିଅ ହୃଦୟକୁ କଠୋର କରିବାର 

ବଜ୍ର ସାଧନା ।

ଜଳିଉଠୁ ଜ୍ଞାନଶିଖା 

ବାରେ ଦିଅ ଦେଖା 

ବୁଝାଇ ଦିଅ କାରଣ 

ପୃଥିବୀକୁ ଆସିବାର 

ପ୍ରଣାମ ତୁମକୁ ଶତବାର ସହସ୍ରବାର ଜନ୍ମ ଜନ୍ମକାର ।


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics