STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Inspirational

4  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Inspirational

ଗୁରୁ ସ୍ମରଣୀକା

ଗୁରୁ ସ୍ମରଣୀକା

1 min
296

ହେ ଗୁରୁ ବ୍ରହ୍ମା, ହେ ଗୁରୁ ବିଷ୍ଣୁ,

ଗୁରୁ ଦେବ ମହେଶ୍ୱର,

ହଜି ଯାଏ ଆଜି ଆଧୁନିକତାରେ

ଦେଖ ଶିକ୍ଷାର ବିଚାର।


ଶୂନ୍ୟତା ଯେଉଁ ଶବ୍ଦର ରୂପ

ସଭ୍ୟତା ଯାହାଙ୍କ ଦାନ,

ସଂସ୍କାର ଜ୍ଞାନ ଜ୍ୟୋତିର ପ୍ରଦାନେ

ଲୟେ ନିତ୍ୟ ଯାର ମନ।


ପଦରଜ ଯା’ର ସୁଜ୍ଞାନେ କିରଣ

ଆଶିଷେ ଯା ଦିବ୍ୟ ଲାଭ,

ସ୍ନେହ ପ୍ରେମ ତ୍ୟାଗ ସେବାର ପ୍ରଦାନେ

ନାହିଁ ମୋହ ମାୟା ଲୋଭ।


ସଦା କାତରତା ସଦଗତି ଦାନେ

ଶିଷ୍ୟ ମନରେ ସଧିରେ,

ପୁତ୍ରଠୁଁ ଅଧିକ କରି ଆପଣାର

ମାନ ଶୂନ୍ୟ, ସ୍ନେହ ଛଳେ।


ଭୁଲି ନିଜ ଦୁଃଖ, ଦେଇ ଶିଷ୍ୟେ ସୁଖ

କର୍ମମୟ ଜୀବନରେ,

ଅଜାଡି ଦିଅନ୍ତି ସ୍ନେହେ ଜ୍ଞାନାଲୋକ

ଦିବ୍ୟଗତି ପାଇବାରେ।


ଦିନ ଥିଲା ବନ ଥିଲା ଗୁରୁକୁଳ

ହେଲା ଟୁଙ୍ଗୀ ଚାଟଶାଳା,

କ୍ରମାନ୍ୱୟତାରେ ଆବାସ ମହଲେ

ସୁଖ ଭୋଗି ପାଠ ପଢ଼ା।


ଥିଲା ସ୍ମୃତି, ଥିଲା ସଂହିତା ସଂସ୍କୃତି

ଥିଲା ଦୀକ୍ଷା ଶିକ୍ଷା ଜ୍ଞାନ,

ଥିଲା ମେଳେ ତତ୍ତ୍ୱ, ସଂସ୍କାର ମହତ୍ତ୍ୱ

ଥିଲା ବର୍ଣ୍ଣ ଜାତି ଧର୍ମ।


ସଂସ୍କୃତି ବୁଡିଲା, ସଂସ୍କାର ତୁଟିଲା,

ଆଧୁନିକ ନେଲା ଉଚ୍ଚେ,

ଵିଜ୍ଞାନ ଜ୍ଞାନରେ ଶିକ୍ଷାର ବିକାଶ

ଗଢିଲା ମାନବ ସ୍ୱତ୍ସେ। (ନିଜ ଇଚ୍ଛାରେ)।


ବଢ଼ିଲା ଶିକ୍ଷାର ସମାଜ ଗଠନେ

ଯୋଗ୍ୟତାର ଅଧିକାରେ,

ଭୋଗ ବିଳାସର ସପନ ସଜାଡ଼ି

ଆଧିପତ୍ୟ ବିଭୋରରେ।


ହଜିଗଲା ମାନ୍ୟ ଜ୍ଞାନଦାତା ଠାରେ

ବିଜ୍ଞାନ ମୋହରେ ଜଡି,

ଭୁଲି ଗଲେ ଆଜି ଜାଗରଣ ମଞ୍ଚେ

ହେୟଜ୍ଞାନ ମତ୍ତ ଭରି ।


ଅପସରି ଗଲା ସଂସ୍କୃତି ବିଚାର

ଭରିଲା ଜ୍ଞନ ଗାରିମା,

ସ୍ନେହ ସନମାନ ଛଳନା ସାଜିଲା

ସ୍ୱାଭିମାନେ ଉଚ୍ଚମନା।


ଅପସଂସ୍କୃତିରେ ବିକୃତି ମାନବେ

ନାନା କୃତି କରି ଗର୍ବେ,

ଭୁଲି ଗୁରୁଜନ ଗୁରୁର ସମ୍ମାନ

ଆଧୁନିକତାରେ ସର୍ବେ।


ନାହିଁ ଆଜି ଦେଖ ମର୍ଯ୍ୟାଦା ଗୁରୁଙ୍କ

ସମ୍ମାନେ କଳଙ୍କ ଛିଟା,

ସଭ୍ୟତା ଆଜିର ଭବ୍ୟତାରେ ଶୂନ୍ୟ

ସଂସ୍କାରେ ଜ୍ଞାନର କଣ୍ଟା।


ହଜୁଛି ସଂସ୍କୃତି ଗୁରୁଜନେ ଭକ୍ତି

ଆଧୁନିକ ସଭ୍ୟତାର ମୋହେ,

ଭାଷା ବି ହଜିଛି, ଉପଭାଷା ଖଞ୍ଜି

ସମ୍ମାନେ ଆଘାତ ଦିଏ।


ଯାରେ ଆଦି ଅନ୍ତ, ସୃଷ୍ଟି ପ୍ରଳୟର

ସଂଜ୍ଞା ସଞ୍ଚାରିତ ରୂପ,

ଗୁରୁ ସିଏ ଶିଷ୍ୟେ ଜ୍ଞାନର ସାଧନେ

କେବେ ନ ପଠାଏ ନର୍କ।


ଅଛନ୍ତି ଅବଧି ଦ୍ରୋଣାଚାର୍ଯ୍ୟ ରୂପୀ

ନାହିଁ ଏକଲବ୍ୟ ଶିଷ୍ୟ,

ଛନ୍ତି ଶାନ୍ତିପନୀ ନାହାଁନ୍ତି ଶ୍ରୀକୃଷ୍ଣ

ଦେବାକୁ ଦକ୍ଷିଣା ବାକ୍ୟ ।


ଏ ପୁରୁଣା କଥା ଚୁଲିକି ଯାଉରେ

ପଦ ସ୍ପର୍ଶ ଗଲା ଉଠି,

ଗୁରୁ ପଦ ନମସ୍କାର ଲୁଚିଲାଣି

ବିଦେଶୀ ସଂସ୍କାର ଚାଟି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational