ଗଛ ମୁଁ କହୁଛି କାହାଣୀ ମୋହର
ଗଛ ମୁଁ କହୁଛି କାହାଣୀ ମୋହର
ଗଛ ମୁଁ କହୁଛି କାହାଣୀ ମୋହର
ଶୁଣ ପିଲେ ମନଦେଇ
ମାଟି ମା' ଦେହରୁ ଜନମ ଲଭିଛି
ଜଗତ ମଙ୍ଗଳ ପାଇଁ ।
ଛୋଟିଆ ମଞ୍ଜିରୁ ଚାରା ରୂପ ନିଏ
ଚାରାରୁ ବିଶାଳ ଗଛ
ମଣିଷ ପେଟକୁ ଦାନା ଦେବା ସହ
ପରିବେଶ କରେ ସ୍ବଚ୍ଛ ।
ଦିବସ କାଳରେ ଦେଇ ଅମ୍ଳଜାନ
ଅଙ୍ଗାରକାମ୍ଳ ଯେ ନିଏ
ରାତି ଉଭାହେଲେ ମଣିଷ ପରି ମୋ
ନିଃଶ୍ବାସ ପ୍ରଶ୍ବାସ ଯାଏ।
କେତେ ଫୁଲ ଫଳ ଦେଉଅଛି ମୁହିଁ
ମନା କେବେ କରେ ନାହିଁ
ଜାଳେଣି ପାଇଁ ଯେ କାଠ ଯୋଗାଉଛି
ଦୁଃଖ କଷ୍ଟ କେତେ ସହି।
ଯଦି ଦୈବ ଯୋଗେ ଫୁଲ ଫଳ ନାହିଁ
ବାଟୋଇକୁ ଦିଏ ଛାଇ
ଚେର ମୂଳ ପତ୍ରେ ଔଷଧ ଦେଉଛି
ରୋଗ ଉପଶମ ପାଇଁ।
ଖରା
ଓ ବର୍ଷାରେ ଛତା ହୋଇଥାଏ
ବରଷା କରଇ ମୁହିଁ
ପକ୍ଷୀ ସରୀସୃପ ଆଶ୍ରୟ ପାଆନ୍ତି
ଜୀବନ ବଞ୍ଚାନ୍ତି ସେହି।
ଚଉକି ଟେବୁଲ ପଲଙ୍କ କାଗଜ
ମୋ କାଠରୁ ଗଢି ଥାଅ
ଅନ୍ଧକାର ତଡି ଆଲୋକ ଦିଅଇ
ଜାଳି ପୁଣି ନିଜ ଦେହ।
କେଡେ ଯେ ସୁନ୍ଦର ରୂପ ମନୋହର
ଧରଣୀ ମୋ ପାଇଁ ଦିଶେ
ଏ ଜୀବ ଜଗତ ତିଷ୍ଠି ରହି ଅଛି
ମୋର ଯୋଗୁଁ ଧରା ହସେ।
ବନ୍ଧୁ ବୋଲି ଭାବି ବନ୍ଧୁ ବାନ୍ଧିଥିଲି
ମଣିଷକୁ ଭଲ ମଣି
ମଣିଷ ଜାତିଟା ମୋତେ ନ ବୁଝିଲା
ସ୍ବାର୍ଥ ପାଇଁ ଦିଏ ହାଣି।
ପ୍ରଦୂଷଣ ପାଇଁ ମୋତେ କାଟ ନାହିଁ
ଥିବାଯାଏ ପ୍ରାଣ ମୋର
ନୂଆ ନୂଆ ଚାରା ଗଛ ଲଗାଇବ
ପିଲାଏ ଶପଥ କର।