STORYMIRROR

Pareswar Sahu

Comedy

3  

Pareswar Sahu

Comedy

ଦୁଇଜଣ ଯାକ ଲୋକ

ଦୁଇଜଣ ଯାକ ଲୋକ

1 min
209


ମନ୍ତ୍ରୀ ଖୋଜୁଛନ୍ତି ଚିକେନ୍ ମଟନ      

ଚାଷୀ ଖୋଜୁଅଛି ଜହର

ଧନୀ ଖୋଜୁଅଛି ମଦ ବୋତଲ

      ଗରିବ ଖୋଜୁଛି ଆହାର ।


କିଏ ଯାଉଅଛି ଉଡାଯାହାଜରେ

କିଏ ଯାଉଅଛି ଗାଡ଼ିରେ

କିଏ ଯାଉଅଛି ପାଦରେ ପାଦରେ

     ଆବେଡା ଖାବେଡା ରାସ୍ତାରେ ।


କେଉଁଠାରେ ଅଛି ବଡ଼ ବଡ଼ ପୋଲ

ବାବୁଙ୍କର ଗାଡି ଯିବାକୁ

କାହାପାଇଁ ଅଛି ବାଉଁଶର ଭେଳା

     ନଦୀ ନାଳ ପାର ହେବାକୁ ।


କାହାପାଇଁ ଖାଦ୍ୟ ହୁଏ ପକାଡ଼ଳା

କାହାପାଇଁ ଚକାଡୋଳା

କାହା ପାଇଁ ଘର ଅଛି ମାଳ ମାଳ

      କାହାପାଇଁ ତୋଟା ଖଳା ।


କିଏ ବଞ୍ଚୁଅଛି ସୁଖରେ ସୁଖରେ

କିଏ ବଞ୍ଚେ ଦୁଖଃ କଷ୍ଟରେ

ସ୍ମଶାନରେ ଦୁହେଁ ସମାନ ହୁଅନ୍ତି

     ସମସ୍ତେ ଶୁଅନ୍ତି ଜୁଇରେ ।


ସତକଥାଟିଏ କହୁଅଛି ବନ୍ଧୁ

ଶୁଣି ତାକୁ ମନେରଖ

ଧନୀ ହେଉ କି ଗରିବ ହେଉ

ଦୁଇଜଣଙ୍କ ଯାକ ଲୋକ ।


Rate this content
Log in

Similar oriya poem from Comedy