STORYMIRROR

RANJAN PATEL

Tragedy

2  

RANJAN PATEL

Tragedy

ଦୁଃଖ ନାମେ ଝିଅଟିଏ

ଦୁଃଖ ନାମେ ଝିଅଟିଏ

1 min
104

ଦୁଃଖ ନାମେ ଝିଅଟିଏ

ମୋ ପାଖକୁ ସୁଖ ପାଇଁ ଆସିଲା

ମୋ ବୁକୁରେ ମୁହଁ ଥାପି

ରାତି ସାରା କେତେ ଲୁହ ଢାଳିଲା ।।

କଜଳ କଲି ତା' କେଶ ମୋ କଲମ କାଳିରେ

ଗୋଲାପି କଲି ତା' ଓଠ ପ୍ରୀତି ରଂଗ ତୁଲୀରେ

ମୋ ଛାତିର ରକତରେ

ତା' ପାଦରେ ଅଳତା ସେ ଲେଖିଲା ।।

ସୁଖ ଶୁକ ପକ୍ଷୀ ହୋଇ ଉଡ଼ିଗଲା ଆକାଶେ

ତା' ଫେରିବା ପଥ ଚାହିଁ ଭାଳେ ବସି ଉଦାସେ

ସୁଖ ନେଇ ଦୁଃଖ ଦେଇ

ବେଳା ମୋର ବିଳାପରେ ଭରିଲା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy