ଦୁଃଖ ନାମେ ଝିଅଟିଏ
ଦୁଃଖ ନାମେ ଝିଅଟିଏ
ଦୁଃଖ ନାମେ ଝିଅଟିଏ
ମୋ ପାଖକୁ ସୁଖ ପାଇଁ ଆସିଲା
ମୋ ବୁକୁରେ ମୁହଁ ଥାପି
ରାତି ସାରା କେତେ ଲୁହ ଢାଳିଲା ।।
କଜଳ କଲି ତା' କେଶ ମୋ କଲମ କାଳିରେ
ଗୋଲାପି କଲି ତା' ଓଠ ପ୍ରୀତି ରଂଗ ତୁଲୀରେ
ମୋ ଛାତିର ରକତରେ
ତା' ପାଦରେ ଅଳତା ସେ ଲେଖିଲା ।।
ସୁଖ ଶୁକ ପକ୍ଷୀ ହୋଇ ଉଡ଼ିଗଲା ଆକାଶେ
ତା' ଫେରିବା ପଥ ଚାହିଁ ଭାଳେ ବସି ଉଦାସେ
ସୁଖ ନେଇ ଦୁଃଖ ଦେଇ
ବେଳା ମୋର ବିଳାପରେ ଭରିଲା ।।
