ଧୂଳି
ଧୂଳି
ଧୂଳି ସାଥେ ମୋର ଜନମ ତାକୁ ଦେହରେ ବୋଳି
ବାଲ୍ୟକାଳ ମୋର କାଟିଲି ସଙ୍ଗୀ ସହିତ ମିଳି ।
ପିତାମାତାଙ୍କର ଚରଣ ଧୂଳି ମଥାରେ ବୋଳି
ଆଗକୁ ବଢ଼ିବି ନିଇତି ବିପଦ ଯିବ ଟଳି ।
ତାହାଠାରୁ ବଳି ଜୀବନେ ନାହିଁ କିଛି ବି ଶୁଭ
ରୂପ ତା' ବଦଳି ସର୍ବଦା ସୁଧା ରୂପେ ଝରିବ ।
ତାକୁ ପାନ କରି ରକତ ମାଂସ ସ୍ବଚ୍ଛ ପାବନ
ଶୁଦ୍ଧତା ଗୀତି ଗାଉଥିବ ମୋ ସୁବାସିତ ମନ ।
ଧୂଳିକଣା ଶୁଭ୍ର ଦିଶଇ ଜଳୀୟବାଷ୍ପେ ମିଶି
ସେମିତି ସେ ଧୂଳି ଝଲସୁଥିବ ଜୀବନେ ଭାସି ।
ତା' ଭିତରେ ମଜ୍ଜି ସରଗ ସୁଖ ଗୋଟାଉଥିବି
ଧୂଳିରେ ଜନମ ଜୀବନ ମୋ' ସାର୍ଥକ ମଣିବି ।
ଅନାଦର କଲେ ସେ ଧୂଳି ସାଜି ଝଡ଼ବତାସ
ଗ୍ରୀଷ୍ମ ଧୂଳିଝଡ଼ ପରିକା ରୁନ୍ଧିଦେବ ନିଃଶ୍ୱାସ ।
କ୍ଷୁଦ୍ର ବୋଲି କେବେ ନଭାବି ବୁଝୁଥିଲେ ମହତ୍ତ୍ଵ
ଲଭିବି ଜିଇଁବା ପାଇଁକି ନିଶ୍ଚେ ସୁଗମ ପଥ ।