ଦେଶ ପ୍ରେମ ଓ ରାଷ୍ଟ୍ର ନିର୍ମାଣ
ଦେଶ ପ୍ରେମ ଓ ରାଷ୍ଟ୍ର ନିର୍ମାଣ
ବୀରଭୂମି ଏଇ ପୂଣ୍ୟଭୂମି ଏଇ
ଭାରତ ଆମର ମାଆ
ଦେଶ ମାତୃକାର ସେବାକରି ଆମେ
ରଖିବା ତାହାରି ନାଆଁ ।
କେତେ କେତେ ବୀର ଜନମ ଲଭନ୍ତି
ଆମ ଭାରତ ମାଟିରେ
ପ୍ରତିଟି ବିରଳ ବ୍ୟକ୍ତିତ୍ୱଙ୍କ ଚିତ୍ତ
ଥାଏ ଦେଶ କଲ୍ୟାଣରେ ।
ସେବା, ତ୍ୟାଗ ଆଉ ବୀରତ୍ୱ ମନ୍ତ୍ରରେ
ସର୍ବେ ହେବା ହେ ଦୀକ୍ଷିତ
ଅଖଣ୍ଡ ଭାରତ ମମତା ଆବୋରି
ସମୃଦ୍ଧ କର ଭାରତ ।
ଭାରତ ଦେଶର ଇତିହାସ କହେ
ପୂର୍ବପୁରୁଷଙ୍କ କଥା
ସେହି ଅନୁଭୂତି ଅଭିଜ୍ଞତା ଆଗେ
ନଇଁଯାଏ ସବୁ ମଥା ।
ମୋହର ହୃଦୟେ ଜାଗ୍ରତ ହେଉଛି
ଆମ ବୀରତ୍ୱ ସାହସ
ପୂର୍ବଜ ମାନଙ୍କ ପ୍ରେରଣାରେ ଆମ୍ଭେ
ରଖିବା ଦେଶର ଯଶ ।
ସାମ୍ରାଜ୍ୟ ଗଠନ ଶିଳ୍ପ ସୁଶାସନ
ବୀରତ୍ବର ସେବା ଧର୍ମ
ସମସ୍ତଙ୍କ ମଧ୍ୟେ ତ୍ରିରଙ୍ଗା ପତାକା
ଉଡାଇବା ହେଉ କର୍ମ ।
ସବୁ ସାବାଳକ ହେଲେ ସଚେତନ
ଦୃଢ ହେବ ଗଣତନ୍ତ୍ର
ଲୋଭ ବଶବର୍ତ୍ତୀ ନହେଲେ ସମସ୍ତେ
ଦୃଢ ହେବ ପ୍ରଜାତନ୍ତ୍ର ।
ଦେଶ ଅଭ୍ୟନ୍ତର ପଡୋଶୀ ବିରୋଧୀ
ପ୍ରଗତି ପଥରେ କଣ୍ଟା
ଦୂର ଦୃଷ୍ଟି ସହ ଦାୟିତ୍ୱ ନିର୍ବାହ
କରିଲେ ହଟିବ କଣ୍ଟା ।
ଏ ମାଟି ଐତିହ୍ୟ ପରମ୍ପରା ବିଶ୍ୱେ
ଦରବାରେ ଚମକୃତ
<p>ସବୁଠୁ ସୁନ୍ଦର ଆମ ଭାରତ ଯେ
ସବୁ ଏଠି ଅବସ୍ଥିତ ।
ଅତୀତ ଉତ୍କଳେ ରାଜ୍ୟ ଗଉରବ
ଶେଷ୍ଠ ସାକ୍ଷୀ କୋଣାରକ
ସୁକ୍ଷ୍ମ କାରୁକାର୍ଯ୍ୟ ବିଶାଳ ଭାସ୍କର୍ଯ୍ୟ
ହୁଏ ପ୍ରାଚୀନ ମହକ ।
ଭାରତ ବର୍ଷରେ ମନ୍ଦିର ମଧ୍ୟରେ
କଳା ଆଉ ଭାସ୍କର୍ୟ୍ଯତ
ଚୀର ବନ୍ଦନୀୟା ଚୀର ସ୍ମରଣୀୟା
ବିଶ୍ୱରେ ଶ୍ରେଷ୍ଠ ଭାରତ ।
ନିଦ୍ରା ପରିତ୍ୟାଗେ ଉଠରେ ସନ୍ତାନ
ଡାକେ ଆମ ମାଟି ମାଆ
ଯୋଗ୍ୟ ସନ୍ତାନର ସ୍ପଷ୍ଟ ପ୍ରମାଣରେ
ରଖିବା ତାହାରି ନାଆଁ ।
କରିବା ବିନାଶ ଦେଶ ବିରୋଧୀଙ୍କୁ
ଦେବତ୍ୱ କରି ଉଦ୍ରେକ
ଶାନ୍ତି ସ୍ଥାପନ ଯେ କରିବି ନିଶ୍ଚୟ
ଏହା ଆମ ମୂଳ ଲକ୍ଷ ।
ନାରୀ ନାରାୟଣୀ ଭାରତ ମାତା ଯେ
କରୁଅଛ ଖେଳ ଲୀଳା
ମାତୃଠାରୁ ବଡ଼ ତୁମର ସମ୍ମାନ
ବୁଡିବନି କେବେ ଭେଳା ।
ହୃଦେ ଭକ୍ତି ରଖି ପ୍ରୀତି ଓ ବିଶ୍ୱାସ
ପାପକୁ କରି ମଳନ
ପ୍ରେମ ନିରେ ନେଇ ସବୁ ପାପ ଧୋଇ
କର ମୋତେ କ୍ଷମା ଦାନ ।
ମୋହର ଜୀବନ ସମର୍ପି ତୁମକୁ
କହୁଅଛି ସତ ବାକ୍ୟ
ଦେଶର ସୁରକ୍ଷା ହେବ ପ୍ରାଥମିକ
ଶୁଣ ନାହିଁ କଟୁବାକ୍ୟ ।
ସେ ସମୟ ଆଜି ହୋଇଛି ଆଗତ
ନେବା ଯେ ବଜ୍ର ଶପଥ
ଦେଶର ସୁରକ୍ଷା ହେଉ ମୂଳମନ୍ତ୍ର
ବାଛିବାରେ ସତ୍ୟପଥ ।