STORYMIRROR

Panchanan Jena

Tragedy

4  

Panchanan Jena

Tragedy

ବ୍ରହ୍ମଜ୍ଞାନ

ବ୍ରହ୍ମଜ୍ଞାନ

1 min
312


ପୂରା ଖେଳ ମୁଠାଏ ଭାତ ପାଇଁ

କିଏ ଦାଦନ ଖଟିବାକୁ ଧାଏଁ

କିଏ ଚୋରି କରିବାକୁ ବାଧ୍ୟ ହୁଏ

ହିତା ହିତ ଭୂଲିଯାଏ 

ପେଟର ଆକଟ ଆଉ ହେଣ୍ଟାଳ ଆଗରେ

ପିଲାଙ୍କ ପାଣ୍ଡୁର ମୁଁହ ଆଉ ଚିତ୍କାର ପାଖରେ


ପୂରା ଜୀବନ ଦୁଇ ପଟରୁଟି ପାଇଁ

କିଏ ଘିଅ ଲଗେଇ ମଜାରେ ଥାଏ

କିଏ ଶୁଖିଲା ପାଇଲେ ଚୋବେଇ ଦିଏ

ଅନେକ ଦରିଦ୍ର ନାରାୟଣ ଅଛନ୍ତି

ବହୁତ ଗରିବି ରେଖା ତଳେ ବସନ୍ତି

ଭାଗ୍ୟରେ ସେତକ ବି ମିଳି ନ ଥାଏ

ତିନି ଥର ତୁଣ୍ଡରେ ବାଜିବା ବି ନ ହୁଏ


ଅନ୍ନ ଚିନ୍ତା ଚମତ୍କାର

ପେଟ ପୁରିଲେ ସିନା ଅଭିବ୍ୟକ୍ତି ଆବିଷ୍କାର

ପେଟଭରା ଖାଦ୍ୟ ହିଁ ସର୍ବୋତ୍ତର

ଭୋକିଲା ପେଟ ହିଁ ସମସ୍ୟାର ଗନ୍ତାଘର


କଥାରେ କହନ୍ତି

ଭୋକିଲା ପେଟ ହିଁ ସମସ୍ୟା

ପୂରିଲା ପେଟ ହିଁ ସମସ୍ୟା

ଆଉ କର୍ମତତ୍ପର ଦୁନିଆରେ

ଖାଦ୍ୟ ଅର୍ଜନ ହଁ ସମସ୍ୟା ସମାଧାନ

ଆଉ ଖାଦ୍ୟଭକ୍ଷଣ ଜୀବନରେ

ଖାଦ୍ୟ ରକ୍ଷଣ ହିଁ ସମସ୍ୟା ନିଦାନ


ଚାଖଣ୍ଡେ ପେଟ ପାଇଁ ସବୁ ନାଟ

ହାଟ ମଝିରେ ବ୍ରହ୍ମଜ୍ଞାନ

ପେଟୁ ପାଇଁ କାହିଁ ମାନ ସମ୍ମାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy