Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Abstract Classics Inspirational

4.7  

Sambit Srikumar

Abstract Classics Inspirational

ବେରଙ୍ଗୀ ଭାଇଚାରା

ବେରଙ୍ଗୀ ଭାଇଚାରା

1 min
349


ରଙ୍ଗ ଆଉ ଭାଙ୍ଗ ଏଠି ବହୁଜନ ବହୁବର୍ଣ୍ଣ ବହୁଧର୍ମ

ବହୁଜାତି ବହୁଭାଷୀ ସଂସ୍କୃତିର ଅଂଶବିଶେଷ

ଗଙ୍ଗା ଯମୁନା ମୈତ୍ରୀ ଭାତୃତ୍ବ ବୋଧର ପ୍ରତୀକ

ଏଇ ସଂପ୍ରୀତିରେ ଯେବେଠାରୁ ଲାଗିଲାଣି

ଭୋଟ୍ ବ୍ୟାଙ୍କ୍ ଜାତିଆଣ ତୁଷ୍ଟିକରଣ ରାଜନୀତିର ରଙ୍ଗ

ବେରଙ୍ଗୀ ବେରଙ୍ଗୀ ଲାଗୁଛି ଭାଇଚାରାର ସ୍ବରୂପ।


ସୁଦୂର ସୀମାନ୍ତେ ଜାଗ୍ରତ ପ୍ରହରୀ

ଗୁଳିଗୋଳାକୁ ଭୃକ୍ଷେପ ନକରି

ହସି ହସି ମାଟି ମାଆ ପାଇଁ ଦିଏ ପ୍ରାଣବଳି

ଆତ୍ମ ବଳିଦାନେ ବୀର ଶହୀଦର

ସୁରକ୍ଷିତ ଅଗଣିତ ନରନାରୀ

ସୁଦୃଢ଼ ମାତୃଭୂମିର ପୂଣ୍ୟ ଦେହଳୀ।


କଳା ସଂସ୍କୃତି ଶାନ୍ତି ଓ ସୌହାର୍ଦ୍ଦ୍ୟର ଆଢୁଆଳେ

ଛପି ରହିଛନ୍ତି କିଛି ଜଘନ୍ଯ ବ୍ଯାପାରୀ

ଚତୁର ଚତୁରେ ହୁଅନ୍ତି କୋଳାକୋଳି

ବିଚିତ୍ର ଏହି ଦେଶର ବ୍ଯବସ୍ଥା

ଅନନ୍ଯ ଏହାର ପଦ୍ଧତି ପ୍ରଣାଳୀ

ଶହୀଦର ପରାକାଷ୍ଠାକୁ ଉଠାଏ ଅଙ୍ଗୁଳି।


ବୃଥା ବାକ୍ୟବାଣେ ଉତଫୁଲ୍ଲିତ

ରାଜନୀତିର ପଙ୍କିଳ ମଇଦାନରେ

କଳଙ୍କିତ ଅଥଚ କୁଶଳୀ ଖେଳାଳି

ବହୁବର୍ଣ୍ଣା ବହୁରୂପୀ ଛଦ୍ମବେଶୀ

ନୁହଁନ୍ତି ତିଳେ ବି ପଶ୍ଚାତପଦ

ଦେବାକୁ ଜନ୍ମଭୂମିର ସ୍ବାର୍ଥ ବଳି।


ଶାନ୍ତି ମୈତ୍ରୀ ସଂପ୍ରୀତିର ଗୀତ ଗାଇ

ରଙ୍ଗ ଓ ଭାଙ୍ଗର ଆସରରେ ରଣଛୋଡ଼ ମାୟାଧୀଶ

ବନିବାକୁ ଏଠି ସଭିଏଁ ଶତତ ତୟାର

ମାତୃଭୂମିର ମର୍ଯ୍ୟାଦା ରକ୍ଷା ପାଇଁ

ପୁରୁଷୋତ୍ତମ ସାଜି କୋଦଣ୍ଡ ଉଠାଇବାକୁ କୁଣ୍ଠିତ

ଶ୍ରୀରାମଙ୍କ ଅସ୍ତିତ୍ବକୁ କରୁଥାନ୍ତି ଚିରଦିନ ଅସ୍ବୀକାର।


ଧର୍ମାନ୍ଧତାର ଜହରରେ ହଜିଯାଉଛି

ଭାଙ୍ଗର ମାଦକତା ମିଠାପଣ

ଘାରିଛି ଶ୍ରେଷ୍ଠତ୍ବର ପରାକାଷ୍ଠା କ୍ଷମତାର ମହୁଆ ନିଶା

ରଙ୍ଗର ପ୍ରତିସ୍ପର୍ଦ୍ଧାରେ ଫିକାଫିକା ଲାଗେ ଇନ୍ଦ୍ରଧନୁ

ଭୁଲାଇ ଦେଇଛି ସଂସ୍କୃତି ପରମ୍ପରା ସ୍ବଧର୍ମ ସ୍ବଧ୍ଯାୟ

ବିସ୍ମୃତ ଇତିହାସ ବିକୃତ ଶିଳାଲେଖର ଆଧାରରେ

ଭାଇଚାରା ଦୂରେଇ ଦୂରେଇ ଯାଉଛି ମଣିଷର ମନୁ।


Rate this content
Log in

Similar oriya poem from Abstract