ଅତ୍ୟାଚାରର ନୀରବତା
ଅତ୍ୟାଚାରର ନୀରବତା
ମଣିଷ ଜଡ଼ ନୁହଁ,
ସିଏ ତ ଜୀବନ୍ତ,
ସେ ଦେଖଇ
କେତେ କେତେ ସପନ,
କେତେ ଦିନ ତାର ଶ୍ରମକୁ ଲୁଟିବ,
ତା ମନ ଭିତରେ ଖେଳାଇ,
ଭାଗ୍ୟ ଓ ଭଗବାନ ।
ମନେ ରଖ ପୁଞ୍ଜିପତି ଯେତେ,
ବ୍ୟବସ୍ଥାକୁ କରୁଅଛ ଅବ୍ୟବସ୍ଥା,
ପୋଲିସ ଶକ୍ତି ଖଟାଇ,
ଯାହା ଭାବୁଛ ଅସମ୍ଭବ,
ହତାଶ ଭାବୁଛ,
ଚେଷ୍ଟାରୁ ସମସ୍ୟାର ସମାଧାନ,
ସମ୍ଭବର ବାଟ ରହିଛି ।
ମଣିଷର ଲୁହରେ,
ବର୍ଷ ବର୍ଷ ଧରି ନୀରବତାରେ
ଯେଉଁ ବନ୍ୟା ଝଡ ବତାସ ସୃଷ୍ଟି ହୁଏ,
ପାରିବକି କୁହ,
କୌଣସି ଶକ୍ତି,
ବିପ୍ଳବର ବହ୍ନିକୁ ରୋକି,
ଯାହା ଇତିହାସ ସୂଚାଏ |