Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Purnima Lenka

Inspirational

3  

Purnima Lenka

Inspirational

ଅନଲାଇନ୍ ପାଠ

ଅନଲାଇନ୍ ପାଠ

1 min
19



ମନ୍ତ୍ରୀଙ୍କ ଆଦେଶ

ଗାଁ ଗହଳି ର ପିଲାଏ ପଢ଼ିବେ 

ଅନଲାଇନ ରେ ପାଠ ।


କେମିତି ବୁଝିବେ ମନ୍ତ୍ରୀ ମହାଶୟ

ଗାଁ ଗହଳି ରେ 

ଶିକ୍ଷିତ ବେକାରୀ ପରି 

ଘୁରି ବୁଲୁ ଥାଏ ନେଟ୍ ।


ଗୋଟିଏ ଭିଡ଼ିଓ ଦେଖିବା ପାଇଁ କି 

ବୁଲିବାକୁ ପଡେ କେତେ ବାଟ

ସହରିଆ ଲୋକ ବୁଝିବେ କାହୁଁ ଗାଁ ରେ ନେଟ ର ନାଟ।


ସକାଳ ପାଇଲେ ଯୋଉ ମଣିଷ ଟେ 

ପେଟ ପାଇଁ କରେ ନାଟ

କରନା ଭୟ ରେ 

ବେପାର ପାଇଁଁ କି ଯାଇ ପାରେ ନାହିଁ ହାଟ ।


ସମସ୍ୟା ରହିଲା ଗରିବ ପିଲାଟି 

କେମିତି ପଢିବ ପାଠ ।

ଅର୍ଣ୍ଣପୂର୍ଣ୍ଣ ଯୋଜନା ଯେଉଁଠି ସାଜିଛି ମାଧ୍ୟମ

ପୁରେଇବାକୁ ପେଟ ।


କେମିତି କେଜାଣି ସ୍ମାର୍ଟ୍ ଫୋନ ପାଇଁ

 ଆଣିବ ପୁଳାଏ ନୋଟ ।

କେମିତି ଦେବ୍ ପିଲାଙ୍କୁ ଫୋନ

ପଢିବାକୁ ଟିକେ ପାଠ।


ସହର ରେ ବସି ଭାବିଲେକି ମନ୍ତ୍ରୀ 

 ଅନଲାଇନ୍ ପାଠ କୁ 

ତାଙ୍କ ନିର୍ବାଚନ ଭୋଟ୍ ।


ନିର୍ବାଚନ ପାଇଁ ଥୋରୁଟିଆ ଆସି 

କେମିତି ବୁଝିବେ 

ମନ୍ତ୍ରୀ ମହାଶୟ

ଗାଁ ର ଦୁଃଖ କଷ୍ଟ ।


Rate this content
Log in

Similar oriya poem from Inspirational