Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagareeka Panigrahi

Children

3  

Sagareeka Panigrahi

Children

ଅନ ଲାଇନ ଶିକ୍ଷା

ଅନ ଲାଇନ ଶିକ୍ଷା

1 min
243



    ଇସ୍କୁଲ ଆମର ଖୋଲିବ ଯେ କେବେ

     ଗୁରୁଜୀ କହୁନ କିଆଁ,

    ଅନ୍ ଲାଇନ୍ ରେ କି ପାଠ ପଢିବୁ

     ଘରେ ମାରୁଅଛୁ ଡିଆଁ ।

    ମୋବାଇଲ ପରା ଅଛି କାହାଘରେ

     କାହାଘରେ ମୋଟେ ନାହିଁ,

    ମୋବାଇଲ ଥିଲେ କି ହେବ ଗୁରୁଜୀ

    ରିଚାର୍ଜ ଟା ହୋଇନାହିଁ ।

    ଚାଉଳ ଗଣ୍ଡାକ ଦେଲ ଯେ ଆମକୁ

     କିଛି ଦିନେ ଗଲା ସରି,

    ଅଧାଖିଆ ପେଟ ଭୋକରେ ଜଳୁଛି

     ପ୍ରଶ୍ନ ଉତ୍ତର ଦେବି କିପରି ।

     ସାର୍ଟ ପେଣ୍ଟ କଥା ମନେ ପଡିଯାଏ

      ଗଲା ଅଗଷ୍ଟ ପନ୍ଦର,

     କେବେ ସେ ମିଳିବ ଅବା ମିଳିବନି

      କହିଛନ୍ତି କି ସର୍କାର ।

    ଅଣ୍ଡା ସୋୟାବିନ୍ ଡାଲମା କଥାଟା

      ମନେ ପଡିଯାଏ ମୋର,

    ବେତ ମାଡ ପଛେ ଦିଅ ହେ ଗୁରୁଜୀ

     ଇସକୁଲ ଖୋଲ ମୋର ।

 

    



Rate this content
Log in

Similar oriya poem from Children