STORYMIRROR

Bibhuti Swain

Classics Others

3  

Bibhuti Swain

Classics Others

ଅଭେଦ ପ୍ରିତି

ଅଭେଦ ପ୍ରିତି

2 mins
13.3K


                 ଅଭେଦ ପ୍ରିତି

ଅଭେଦ ପ୍ରିତିରେ ଉଦକ କାନନେ             ଅମିୟ ବାରିଧି ଧାର

ଅଣାକର ବ୍ରହ୍ମ ଅଲେଖ ଅବ୍ୟକ୍ତ               ବାନା ଏକୋଇଷ ପୁର          (1)

ଧରମ ଦାଣ୍ଡରେ କରମ ଭାଣ୍ଡରେ             ଅଧମ ଲୀଳା ପ୍ରକାଶ

ରସିକ ନାଗର ରସେ ସରୋବର              ଦ୍ବାଦଶ କୁଜେଂ ରାହାଶ           (2)

କୋଟିଏ ମାର୍ତଣ୍ଡ କୁଜେଂ ଦଣ୍ଡାୟତ            କୁଜେଂ ନ ହୁଅଇ ସଂଜ

ମହିମା କୁଶୁମ ବାସ ମହକଈ                 ଅଜର ହୃଦେ ବିରାଜ            (3)

ବିରାଜିତ କାୟା ବିଜୟ ଆସନେ              ବର୍ଜନ୍ତି ସର୍ବ କାମନା

ବିକୁଂଠା କୁମର କଂଠେ ରତ୍ନ ହାର             ବିନା ବଚନରେ ବାନା            (4)

ମନ ଚିତ୍ତ ବିତ୍ତ ଅଗ୍ୟାନେ ସମ୍ବୁତ              ସୁସୁମୁନା ବ୍ରହ୍ମ ଧାର

ଅବିରତ ଧାର ବହେ ଧିର ଧିର                ତୃଷା ପାନେ ପ୍ରାଣ ସ୍ଥିର         (5)

କୌଶଳେ କୌଶଳୀ କରାନ୍ତି ପ୍ରଶନ୍ନ           ହୃଦେ ଧରି ଧରା ଭାର

ଅନିଦ୍ରା ଚେତନେ ସ୍ବୟଂ ଚିନ୍ତାମଣି             ଧ୍ୟାନ ମଗ୍ନେ ନିରନ୍ତର             (6)

ବ୍ରହ୍ମକୁ ରୋପଇ ଭ୍ରମକୁ ଭାଂଗଇ               ଚହଟେ ଚପଳା ବାଳ

ତପନ ବଂସର ବାଉନ ବତାର                 କଳୀରେ କରୁଛି ଖେଳ           (7)

କ୍ଷୁଦାକୁ ନୀବାରି କରି ବ୍ରହ୍ମଚାରୀ                ଚରାଚର କୁ ବକ୍ଷାଣେ

ସଚରାଚର ଏ ଚଉଦ ବ୍ରହ୍ମାଣ୍ଡ                   ନିମିସକେ ବିଚରଣେ           (8)

କ୍ଷୁଦ୍ରରେ ପ୍ରକାଶି ବୃହତ ସର୍ଜନା                 କ୍ଷୁଦ୍ରରେ ବୃହତ ବସ

ଅଳୀରେ ପ୍ରଭୁକୁଂ କରିଲେ ପ୍ରଶନ୍ନ             ଶତାଇଶ ପୂରେ ଯଶ           (9)

ଏକା କାର ବ୍ରହ୍ମ ଏକା କାର ଜୋତି            ଜାଗେ ଅନାମ ପାଟଣା

ବଚନେ ପ୍ରମାଣ ନାମ ଉଚାରଣ               ମରୁତ ଅଟେ ଧାରଣା          (10)

ବୁଲେ କୋଷ କୋଷ ନାହିଁ ତାର ଶେଷ      ଅନାମ ନାମ ପ୍ରକଟ

ଏକୋଇଷ ପୂର ଯାର ଲୋମ ମୁଳେ         କଳୀରେ କରୁଛି ନାଟ           (11)

ଅଜ୍ଞାତ ରୁ ଜ୍ଞାତ ଅବ୍ୟକ୍ତ ରୁ ବ୍ୟକ୍ତ             ମହା ମହିମା ସେ ମେରୂ

କୁମେରୁ ଶୁମେରୁ ଉର୍ଧେ ମହାମେରୁ         ମାପଇ ମହା ଶୂନ୍ୟରୁ             (12)

ହସେ ହୃଷିକେଶ କରି କୋଶେ ବାସ         କୋଷ ପୁଟ ଉଲ୍ଲସିତ୍ତ

କୋଟି କୋଟି ବିନ୍ଦୁ ମିଳନରେ ସିନ୍ଧୁ           କ୍ଷୁଦ୍ରରେ ବାସ ବୃହତ             (13)

ବଦରିକା ବନ ଉଦୟର ସ୍ଥାନ                   ବନ୍ଦନୀ ମଧେ ବନ୍ଧାଣ

କୋଟି ନଖପନ୍ତି କେଳୀ କରୁଥାନ୍ତି             ସବଦ ନସୁଭେ କର୍ଣ୍ଣ              (14)

ନବ କଳେବର ନବ ଭାବ ମେଳ              ନବ ନବୀନ ବିଚାର

ନବ ଖଣ୍ଡ ମହୀ ନବୀନ ଛାଉଣୀ               ନବଦ୍ଧା ଭକ୍ତି ପ୍ରଚାର             (15)


Rate this content
Log in

More oriya poem from Bibhuti Swain

Similar oriya poem from Classics