STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ଆନମନା ହୁଏ ମେଘ

ଆନମନା ହୁଏ ମେଘ

1 min
196

 

   ମଣିଷ ଉଜାଡେ ବଣଜଙ୍ଗଲକୁ

   ଝଡ ଉଜାଡଇ ତୋଟା

   ଗଛ ନାହିଁବୋଲି ଋତୁ ବାଟବଣା

   ମେଘ କରେ ହଟହଟା


   ମଉଷୁମୀ ଆସି ରୁଷିଯାଏ ସତେ 

   ବଉଦ ରୋଷଣୀ କାହିଁ

   ଆଷାଢ ମାସରେ ଖରା ହୁଏ ଟାଣ

   ତାତିକୁ ହୁଏନି ସହି


    ଝଡ ଆସି ପୁଣି ଝଡ ଚାଲିଯାଏ 

    ଚଉଦିଗ ଖାଲିଖାଲି

    ଗଛ ନାହିଁବୋଲି ମଉଷୁମୀ ମେଘ

    ବାଟ ସତେ ଯାଏ ଭୁଲି


    ବଈଶାଖ ମାସେ କାଳବଈଶାଖି

    ଅଦିନିଆ ମେଘରଡି

    ଆଷାଢ ମାସରେ ନିର୍ମଳ ଆକାଶ

    ବରଷା ଯାଉଛି ଉଡି


    ଡାଳୁଆ ଧାନରେ ପାଣି ପସିଯାଏ

    ବରଷା ଉଜାଡେ କ୍ଷେତ

    ଆଷାଢ ମାସରେ ଧାନ ଗଜା ସବୁ

    କ୍ଷେତରେ ହେଉଛି ଖତ


    ଧାରାଶିରାବଣ ଆଖିକୁ ସପନ

    ଶୁଖଇ ଗହୀର ବିଲ

    ଗଛ ନାହିଁବୋଲି ଆନମନା ମେଘ

    ଚାଷୀ ହୁଏ କଲବଲ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational