Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KAUSHIK KUMAR HOTA

Inspirational Others

2.5  

KAUSHIK KUMAR HOTA

Inspirational Others

ସ୍ନେହମୟୀ ମାଆ

ସ୍ନେହମୟୀ ମାଆ

2 mins
559



      ଚନ୍ଦନପୁର କ୍ରାନ୍ତିନଗର ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିର ନିକଟରେ ପାଗଳୀଟିଏ ଘୁରିବୁଲୁଥିଲା l ଛିଣ୍ଡା ମଇଳା ଲୁଗା, ନୁଖୁରା କେଶ l ହାତରେ ପଲିଥିନରେ ଧରିଥାଏ ମାଗି ଆଣିଥିବା କିଛି ଖାଇବା ଜିନିଷ l ମନକୁ ଯାହା ଆସୁଥାଏ ଗପି ଚାଲିଥାଏ l


       ସେଦିନ ଥାଏ ସ୍ନାନ ପୂର୍ଣ୍ଣିମା l ହଜାର ହଜାର ଲୋକ ମନ୍ଦିର ବେଢାରେ ଜମା ହୋଇଥାନ୍ତି l ସମସ୍ତେ ଉତ୍କଣ୍ଠାର ସହିତ ଜଗନ୍ନାଥଙ୍କ ସ୍ନାନ ମଣ୍ଡପକୁ ଚାହିଁ ରହିଥାନ୍ତି l ଶଙ୍ଖ, ଘଣ୍ଟା, ହୁଳହୁଳୀରେ ସ୍ନାନ ମଣ୍ଡପ ନିକଟ ଉଛୁଳି ପଡୁଥାଏ l


       ପବିତ୍ର, ସିପୁନ, ପ୍ରଜ୍ଞାନ, ରୋହନ ଓ ଆହୁରି ଅନେକ ପିଲା ନିଜ ମାଆଙ୍କ ସାଙ୍ଗରେ ଠାକୁରଙ୍କ ସ୍ନାନ ଦେଖିବାକୁ ଯାଇଥିଲେ l ପାଗଳୀ ହଠାତ ସିପୁନକୁ ଦେଖି ମୁହଁ ମୋଡି ଗାଳିଦେବାରେ ଲାଗିଲା l ସିପୁନ ବି ଛାଡିବା ପିଲା ନଥିଲା l ସଙ୍ଗେ ସଙ୍ଗେ ପାଗଳୀକୁ ଟେକାଟିଏ ମାରିଦେଲା l ପାଗଳୀ ଖୁବ ଜୋରରେ ରାଗିଗଲା l ପାଖରେ ପଡ଼ିଥିବା ବାଡି଼ଟିଏ ଧରି ଚିତ୍କାର କରି ସମସ୍ତଙ୍କୁ ଗୋଡ଼ାଇବାରେ ଲାଗିଲା l ସିପୁନ ଓ ତାର ସାଙ୍ଗମାନେ ସଭିଏଁ ମିଶି ପାଗଳୀ ଉପରକୁ ଟେକା, ପଥର ଫୋପାଡିବାରେ ଲାଗିଲେ l ତାର ଦେହ, ହାତ ଖଣ୍ଡିଆଖାବରା ହୋଇ ରକ୍ତ ବହିବାରେ ଲାଗିଲା l ଦୂରରୁ ଥାଇ ତାକୁ ଲକ୍ଷ୍ୟ କରୁଥିଲା ରୋହନ l ନିଜ ସାଙ୍ଗମାନଙ୍କୁ ଯେତେ ବୁଝାଇଲେ ବି କେହି ତା କଥା ଶୁଣିବାକୁ ରାଜି ନଥିଲେ l କିଛି ସମୟ ପରେ ପାଗଳୀ ନିସ୍ତେଜ ହୋଇ ତଳେ ପଡିଗଲା l


       ପରେ ସମସ୍ତେ ସେ ସ୍ଥାନ ଛାଡି ଚାଲିଗଲେ l ରୋହନର ଆଖିରୁ ଲୁହ ଝରିଆସିଲା l ସେ ପାଗଳୀ ପାଖକୁ ଯାଇ ତା ' ଦେହରୁ ରକ୍ତ ପୋଛିଦେଲା l ପାଖ କଳରୁ ପାଣି ଆଣି ମୁହଁରେ ଦେଲା l କିଛି ସମୟ ପରେ ପାଗଳୀର ହୋସ ଫେରିଆସିଲା l ସେ ରୋହନକୁ ନିଜ କୋଳକୁ ଆଉଜେଇନେଲା l ମୁଣ୍ଡ ସାଉଁଳେଇ ମମତାଭରା କଣ୍ଠରେ ଆଶୀର୍ବାଦ ଦେଲା l


        ରୋହନ ବି ଭାବୁଥିଲା ଯେମିତି ସେ ନିଜର ସ୍ନେହମୟୀ ମାଆ ପାଖରେ ଅଛି l ଦୂରରୁ ଏ କଥାକୁ ଉପ-ଜିଲ୍ଲାପାଳ ନିରୀକ୍ଷଣ କରୁଥିଲେ l ସେ ସ୍ନାନମଣ୍ଡପ ରୁ ଓହ୍ଲାଇ ଆସି ପାଗଳୀ ପାଖରେ ପହଞ୍ଚିଲେ l ତାଙ୍କ ପଛେ ପଛେ ରୁଣ୍ଡ ହୋଇଥିବା ଲୋକମାନେ ମଧ୍ୟ ଚାଲିଲେ l ଉପଜିଲ୍ଲାପାଳ ପାଗଳୀ ପାଖରେ ଠିଆ ହୋଇ ରୋହନକୁ ପାଖକୁ ଡାକିଲେ l ସମସ୍ତଙ୍କ ସମ୍ମୁଖରେ ରୋହନର ସେବା ଓ ପରୋପକାର ପାଇଁ ଖୁବ ପ୍ରଶଂସା କଲେ l ଲୋକମାନେ ମଧ୍ୟ ରୋହନକୁ ବାଃ-ବାଃ କଲେ l ସେହି ବର୍ଷ ସ୍ୱାଧୀନତା ଦିବସରେ ପ୍ୟାରେଡ଼ ପଡିଆରେ ଲକ୍ଷ ଲକ୍ଷ ଜନତାଙ୍କ ଉପସ୍ଥିତିରେ ରୋହନକୁ "ଆଦର୍ଶ ସେବା ପୁରସ୍କାର" ଉପଜିଲ୍ଲାପାଳ ପ୍ରଦାନ କରିଥିଲେ l 


        ସେଦିନ ରୋହନ ଅନୁଭବ କଲା ଯେ ମନରେ ଦୟା, ଧର୍ମ, ସ୍ନେହ, ଶ୍ରଦ୍ଧା ଥିଲେ ସମାଜର ଅନେକ ଉପକାର ହୁଏ l ସେଦିନ ରୋହନର ସାଙ୍ଗମାନେ ମଧ୍ୟ ରୋହନର ଉତ୍ତମ ଚରିତ୍ରରୁ ଅନେକ କିଛି ଶିକ୍ଷା ଲାଭ କଲେ l

     


Rate this content
Log in

Similar oriya story from Inspirational