Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amulya Kumar Nayak

Tragedy

3  

Amulya Kumar Nayak

Tragedy

ଶଙ୍ଖା ଓ ସିନ୍ଦୁର

ଶଙ୍ଖା ଓ ସିନ୍ଦୁର

3 mins
263



  ନିଜକୁ ନିଜେ ଅନେକ ସଜେଇ ହୁଏ । ମନ ଫୁଲାଣିଆ ଝିଅଟିଏ ସେ, ରୂପ ମାଧୁରୀକୁ ନେଇ ତା ମନରେ ଅନେକ ଆନନ୍ଦ । ଏବେ ଏବେ ସେ ହାତ ଧରିଛି ମନର ମଣିଷ ପାଖ ଗାଆଁର ବଗଲାକୁ । ବାପା ମାଆଙ୍କର ସ୍ନେହର ବଗୁଲୀ ସେ । ଗୋଟିଏ ଚାଉଳରେ ଗଢା । ଗାଆଁ ଝିଅ ବୋହୁଠୁଁ ଆରମ୍ଭ କରି ସମସ୍ତେ ଟାହି ଟାପରା ହୁଅନ୍ତି ବଗୁଲୀ ସହିତ । ତନୁ,ମନ, ଦେହ,ପ୍ରାଣ ସବୁ କିଛି ତା ପାଇଁ ସଜେଇ ଦେଇଛି ବିଧାତା । ବେଳେ ବେଳେ ଜହ୍ନ ବି ତାକୁ ଆଖିମାରେ । ମନରେ ଏଣୁ ତେଣୁ କ'ଣ ଗୁଡାଏ କହି ପକାଏ ପୋଖରୀ କୂଳରେ ବସି, ଜହ୍ନ ଆଡେ ହସି ହସି । 

   ଶରତ ଆକାଶର ଶାରଦୀୟ ଜହ୍ନ । କାଶତଣ୍ଡୀ ଫୁଲ ପରି ତାର ହସ । ଯିଏ ଥରେ ଦେଖିଛି ଅଟକି ଯାଇଛି । ଗାଆଁ ଟୋକାଙ୍କର ଟିଟିକାରୀ ତାର ଦେହସୁହା ହେଇଗଲାଣି । ଦୁଇ ଭାଇଙ୍କର ଗୋଟିଏ ବୋଲି ହଳଦୀମୁଖୀ ଭଉଣୀ । ତୋଫା ଗୋରା ଦେହରେ ଝଟକି ଉଠୁଛି ଫଗୁଣ ମଳୟର ବାସ୍ନା । 

   ଏମିତି ଅନେକ ଗୁଡିଏ କଥା ଭାବୁ ଭାବୁ ହଠାତ୍ ଗାଆଁ ଆଡେ ଗାଡିର ଶବ୍ଦ ଶୁଣି ଚମକି ଉଠିଲା ବଗୁଲୀ । କାହିଁକି ଗାଆଁ ଆଡେ ଗାଡି ଆସିଛି ଧାଇଁଗଲା ଘର ଆଡେ । ଦେଖେ ତ ଏଲିୟନ ରୂପରେ ୩/୪ ଜଣ ଗାଡିରୁ ଓହ୍ଲାଇ ତା ଘର ପାଖରେ ଠିଆ ହୋଇଛନ୍ତି । ଘରୁ ବାହାରି ଆସିଲେ ମାଆ ଓ ବାପା । କଥା କଣ ବୋଲି ପଚାରିବା ପୂର୍ବରୁ ସେମାନେ ନେଇଗଲେ ବଗଲାକୁ ବହୁ ଦୂରକୁ । ହସ ହସ ମୁହଁରେ କଳା ବାଦଲର ଛାଇ ମାଡିଗଲା । 

   ଆଠ ଦଶ ଦିନ ହେଲା ବଗଲା ଫେରିଛି ଗୁଜୁରାଟରୁ । ନୂଆ ନୂଆ ବାହା ହେଇଛି ବୋଲି ଆସିଥିଲା ଶ୍ୱଶୁର ଘରକୁ ବଗୁଲୀକୁ ସାଥିରେ ନେଇ । 

   ସବୁ କିଛି ଅଜଣା ଅଶୁଣା । ୧୨ ଦିନ ହେବ ବଗଲା ଫେରିନାହିଁ । ତା ଦେହ ବିଷୟରେ ପଚାରିଲେ ଭାଇମାନେ କିଛି କହିପାରୁନାହାଁନ୍ତି । ଖୋଜ ଖବର ନାହିଁ । ଚୋରି କରିଛି କି ମଣିଷ ମାରିଛି ଏମିତି ଅନେକ ଅନେକ ଅଛିଣ୍ଡା ପ୍ରଶ୍ନ ମନରେ ଘାଣ୍ଟି ହେଲେ ବି ସେମିତି ପିଲା ନଥିଲା ବଗଲା । ଶାନ୍ତ ସରଳ ହୃଦୟର ମଣିଷଟିଏ, ମାଛିକୁ ମ' ବୋଲି କହେନାହିଁ । ପୁଣି ଚୋରି..... । ନା ନା.. । ଅନ୍ୟ କଣ କାରଣ ଥାଇପାରେ ବୋଲି ଅପାଠୋଇ ଝିଅ ବଗୁଲୀ ବସି ଭାବୁଥାଏ । ସେଠାକୁ ଯିବାକୁ ମନା,ଗଲେ ଅସୁବିଧା ହେବ ବୋଲି କଥାକୁ ବାଆଁରେଇ କହି ଦିଅନ୍ତି ଭାଇମାନେ । 

   ବାଦଲ ଫଟା ବର୍ଷାରେ ଏବେ ଏବେ ମାଡି ଆସିଛି ଅହେତୁକ ବନ୍ୟା । ପ୍ରକୃତିର ତାଣ୍ଡବ ପାଖରେ ଅସହାୟ ମଣିଷ । ବଗୁଲୀ ବା ବାଦ୍ ପଡିବ କିପରି ? ଘରର ଛାତ ଶେଯ ତଳ ପାଲଟିଯାଇଛି । ଘର ବୁଡି ପାଣି ଆଣ୍ଠୁଏ ହେଇଛି । ଖାଇବା ପିଇବା ଏକରକମ 

କଷ୍ଟେମଷ୍ଟେ । ଯିଏ ଯେମିତି ସାମାଜିକ ଅନୁଷ୍ଟାନ ଚୁଡା ଗୁଡ ଓ ବେଳେ ବେଳେ ରନ୍ଧା ଖାଦ୍ୟ ଆଣି ଦେଇଯାଆନ୍ତି, ସେତିକିରେ ପାହିଯାଏ ଜୀବନର ଅଭୁଲା ସମୟ । ଭାଇମାନେ ଥାଇ ବି ଆଜିି ନଥିଲା ପରି । ସେହି ଦିନଠୁ ଆଣି ଛାଡି ଦେଇ ଯାଇଛନ୍ତି ସଂଗରୋଧରେ ରହିବାକୁ । ଭୟରେ ଆସୁନାହାଁନ୍ତି ଭାଉଜଙ୍କ କଟକଣା ଯୋଗୁଁ । ଦଶ ଦିନ ହେବ ଜାଳ,ଚାଳ, ଚାଉଳ ଏକାକାର । ମଝିରେ ମଝିରେ ଝିରିଝିପି ବର୍ଷା ବି ହେଉଥାଏ । ଘରର ଗୋଟେ ପଟ କାନ୍ଥ ବନ୍ଯାରେ ପଡିଯାଇଛି । ଗରୀବ ଝିଅଟେ ସେ । ମନଭରି ଭଲପାଉଥିଲା ବଗଲାକୁ ଶଂଖା ସିନ୍ଦୁର ପିନ୍ଧି ନୂଆବୋହୁଟିଏ ହୋଇଥିଲା । ସତେ ଯେମିତି ପୂର୍ଣ୍ଣିମାର ଚାନ୍ଦ । ପଶ୍ଚିମ ଦିଗବଳୟର ରକ୍ତିମ ଆଭା ପରି ଝଲସି ଉଠୁଥିଲା ନାଲି ଶାଢୀ ପିନ୍ଧା ଚାହାଣୀ ତାର । ହସ ହସ ସଂସାରକୁ ମାଡି ଆସିଛି କରୋନା ଆଉ ବନ୍ୟା । ସାହି ଭାଇ ପାଖ ପଶୁନାହାନ୍ତି ଯେବେଠୁ ବଗଲାର ପଜିଟିଭ୍ ରିପୋର୍ଟ ଆସିଛି । ନିଜ ଘର, ନିଜ ଦ୍ୱାର ସବୁ ଯେପରି ପର ଅଗଣା ଭିତରେ ଛନ୍ଦି ହେଇ ଯାଇଛି । କେବେ ଫେରିବ ମନର ମଣିଷ ଭାବୁଭାବୁ ଦୁଇଟୋପା ଲୁହ ରନ୍ଧା କଡେଇରେ ପଡିଗଲାଣି ଜାଣି ପାରେନି ବଗୁଲୀ । 

  ବନ୍ୟା ଛାଡିଯାଇଛି । ଘରର ପାଇଟି ସାଉଁଟି ଆଣି ସଜେଇ ବସିଲା ବେଳକୁ କେହି ଜଣେ ଚିଠିଟିଏ ଆଣି ବଗୁଲୀ ହାତରେ ଦେଇ ଗାଡି ଷ୍ଟାର୍ଟ କରି ପଳେଇଗଲା । ଲେଖାଥିଲା ସରକାର ସବୁ କାମ ସାରିଦେଇଛନ୍ତି । ଚିଠିଟି କୋଭିଡ୍ ସେଣ୍ଟରରୁ ଆସିଥିଲା । ଚିଠିଟିକୁ ମୁଁ ପଢୁଥିଲି ବଗୁଲୀର କହିବା କଥାରେ । ଚିଠିଟିର ଶେଷ ଧାଡି ନସରୁଣୁ ଦାଣ୍ଡ ପିଣ୍ଡାରେ ମୁଣ୍ଡ ବାଡେଇ କାନ୍ଦୁଥିଲା ଭୋ ଭୋ ହେଇ ଦୁଇ ଭାଇଙ୍କ ମୁହଁକୁ ଅନେଇ ପାଗିଳୀର ରୂପ ଧରି । କହୁଥିଲା- ଏ ଜୀବନ, ଏ ଧନ, ଏ ମନ,ଏ ରୂପ ସବୁ ଅଳୀକ, ଚୁଲି ତଳର ପାଉଁଶ । ଶଂଖା ଓ ସିନ୍ଦୂର ମଥା ପିଟି କାନ୍ଦୁଥିଲେ ପଡୋଶୀ ଭାଉଜଙ୍କ ମେଳିରେ । 



Rate this content
Log in

Similar oriya story from Tragedy